www.samajalive.in
Sunday, December 7, 2025
26.1 C
Bhubaneswar

ମାନୁ ନାହାନ୍ତି କୋଭିଡ କଟକଣା, ପର୍ଯ୍ୟଟନ ସ୍ଥଳରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନବରଙ୍ଗପୁର: ବର୍ତ୍ତମାନ ସାରା ଭାରତ ବର୍ଷ କୋଭିଡର ତୃତୀୟ ଲହର ଓମିକ୍ରନକୁ ନେଇ ଚିନ୍ତିତ ଥିବାବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ କଟକଣା ଜାରି କରିଛନ୍ତି। ଏଥିପାଇଁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ନବରଙ୍ଗପୁର ଜିଲାରେ ଅଧିକାଂଶ ଲୋକ କରୋନା କଟକଣା ମାନୁନଥିବା ପରିଲକ୍ଷିତ ହେଉଛି। ଏବେ ଏହି ଜିଲାରେ କୋଭିଡ କଟକଣା ନ ମାନି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଜମାଉଛନ୍ତି। ଯାହା ଜିଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନୂତନ ବର୍ଷ ର ପ୍ରଥମ ସପ୍ତାହରେ ନବରଙ୍ଗପୁର ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଯଥା ତେନ୍ତୁଳୀଖୁଣ୍ଟି ବ୍ଲକର ଘୁମରେଶ୍ୱର, ଡକରା ଦୋରା, ରାଇସିଂ ଯୋଡି, ପାପଡାହାଣ୍ଡିର ମୃଗବିହାର ଆଦିରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି। ସମସ୍ତେ କୋଭିଡ କଟକଣାକୁ ଭୁଲି ଭୋଜିଭାତର ଆସର ଜମେଇଛନ୍ତି। ଅଧିକାଂଶ ଙ୍କ ମୁହଁରେ ନା ଅଛି ମାସ୍କ ନା କେହି ମାନୁଥିଲେ ସାମାଜିକ ଦୂରତା।

 

- Advertisement -

ପର୍ଯ୍ୟଟକ ମିନି ଜୁ, ପାର୍କ ଏବଂ ମୃଗବିହାର ଆଦି​‌େ​‌ର ମନରଞ୍ଜନ କରୁଛନ୍ତି । ସେହିପରି ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ୩ଟି ପିକନିକ ସ୍ପଟରେ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭୋଜିଭାତ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ନବରଙ୍ଗପୁର ଜିଲାରେ ପୁଣି କରୋନା ଲେଉଟୁଥିବା ବେଳେ ଗତ ଦୁଇଦିନ ମଧ୍ୟରେ ଜିଲାରେ ୨୩ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଯଦି ଏଭଳି ପରିସ୍ଥିତି ରେ କରୋନା କଟକଣାକୁ କଡାକଡି କରାନଯାଏ ପରିସ୍ଥିତି ଅସମ୍ଭାଳ ହେବାକୁ ବେଶି ସମୟ ଲାଗିବନାହିଁ ବୋଲି ଅନେକ କହିଛନ୍ତି। ଏପରି ସ୍ଥଳେ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ଭିଡ଼ ଜମୁଥିବା ସ୍ଥାନମାନଙ୍କରେ ଲୋକଙ୍କୁ ସଚେତନ କରାଇବା ସହ କଟକଣାକୁ କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories