www.samajalive.in
Saturday, December 6, 2025
17.1 C
Bhubaneswar

ବିଜେଡିରେ ସାଙ୍ଗଠନିକ ଅଦଳବଦଳ

ଭୁବନେଶ୍ବର: ବିଜେଡି ସାଙ୍ଗଠନିକ ସ୍ତରରେ ଶନିବାର ଏକ ବଡ ଧରଣର ଅଦଳବଦଳ ହୋଇଛି । ବାଲିକୁଦା-ଏରସମା ବିଧାୟକ ପ୍ରାଶନ୍ତ ମୁଦୁଲି ଜଗତସିଂହପୁର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ପୂର୍ବରୁ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରହିଛନ୍ତି ପ୍ରଶାନ୍ତ ମୁଦୁଲି । ସେହିପରି ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରତାପ ଜେନାଙ୍କୁ ଦିଆଯାଇଛି । ଅନୁଗୁଳ ଜିଲା ପର୍ଯ୍ୟବେକ୍ଷକ ସହ ପ୍ରତାପଙ୍କୁ ଏହି ଅତିରିକ୍ତ ଦାୟିତ୍ବ ମିଳିଛି । ଭୁବନେଶ୍ବର ବିଜେଡି ଜିଲା ସଭାପତି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି।

ଅବିଭକ୍ତ କୋରାପୁଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ ଜିଲା ବିଜେଡି ସଭାପତି ହୋଇଛନ୍ତି । ଜିଲା ପର୍ଯ୍ୟ​‌ବେକ୍ଷକ ଭାବେ ବିଜୟ କୁମାର ନାୟକଙ୍କୁ ଦାୟିତ୍ବ ମିଳିଛି । ବିଧାୟକ ନୃସିଂହ ଚରଣ ସାହୁଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି । ଏହି ସାଙ୍ଗଠନିକ ଅଦଳବଦଳ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିଛନ୍ତି । ଏନେଇ ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories