www.samajalive.in
Saturday, December 6, 2025
15.1 C
Bhubaneswar

ଚିକିତ୍ସା ପାଇଁ ଦିଲ୍ଲୀରେ ପାରିକର

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ୍ୟ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା ଦିଲ୍ଲୀ ଏମ୍ସରେ ହେବ। ଏଥିପାଇଁ ସେ ଚାଟାର୍ଡ ବିମାନରେ ଦିଲ୍ଲୀ ପହଞ୍ଚବେ। ୬ସେପ୍ଟେମ୍ବରରେ ଗୋଆ ମୁଖ୍ୟମନ୍ତ୍ରୀ ପାରିକର ଆମେରିକାରୁ ଚିକିତ୍ସିତ ହୋଇ ଭାରତ ଫେରିଛନ୍ତି। ଆମେରିକାରେ ୭ଦିନ ଧରି ପାରିକରଙ୍କ ଚିକିତ୍ସା ଚାଲିଥିଲା। ଏହା ପୂର୍ବରୁ ହିଁ ସେ ଦଳୀୟ ଅଧ୍ୟକ୍ଷ ଅମୀତ ଶାହଙ୍କୁ ରାଜ୍ୟର ନେତୃତ୍ୱ ପାଇଁ ବିକଳ୍ପ ଖୋଜିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା ଦୀର୍ଘ ସମୟ ଧରି ଚାଲିବାର ସମ୍ଭାବନା ରହିଛି। ଏଥିପାଇଁ ଦଳ ଗୋଆର ନେତୃତ୍ୱ ପାଇଁ ବିକଳ୍ପ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ପାରିକରଙ୍କ ଅନୁରୋଧ ପରେ ଗୋଆ ଦଳୀୟ ସ୍ଥିତି ଅନୁନ୍ଧ୍ୟାନ ନିମନ୍ତେ ଦଳୀୟ ମହାସଚିବ ରାମଲାଲ ଓ ବିଏଲ ସନ୍ତୋଷ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଗ୍ରସ୍ତ କରିବେ। ଉଭୟଙ୍କ ଅନୁନ୍ଧ୍ୟାନ ରିପୋର୍ଟ କେନ୍ଦ୍ର କାର୍ଯ୍ୟାଳୟରେ ଦାଖଲ କରାଯିବା ପରେ ଦଳ ନିଷ୍ପତ୍ତି ନେବ।
ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରବାଦୀ ଗୋମତକ ପାର୍ଟି ନେତା ସୁଧୀନ ଧବଲୀକରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇ ପାରେ। ସୁଧୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇ ପାରେ।
ଶୁକ୍ରବାର ସନ୍ଧ୍ୟାରେ ସୁଧୀନ ଡାକ୍ତରଖାନାରେ ପହଞ୍ôଚ ପାରିକରଙ୍କୁ ଭେଟିଛନ୍ତି। ଗତ ଥର ଯେତେବେଳେ ପାରିକର ଚିକିତ୍ସା ପାଇଁ ବିଦେଶ ଯାଇଥିଲେ, ସେତେବେଳେ ୩ଜଣ ମନ୍ତ୍ରୀଙ୍କୁ ରାଜ୍ୟ ସମ୍ବନ୍ଧିୟ ଦାୟିତ୍ୱ ପ୍ରଦାନ କରିଥିଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଅଧିକାର ପାରିକର ନିଜ ପାଖରେ ରଖିଥିଲେ। ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏମଜିପି ନେତା ସୁଧୀନ ଧବଳୀକର ତାଙ୍କ ଦଳକୁ ବିଜେପି ସହ ମିଶାଇ ଦେଇ ପାରନ୍ତି।
ଗୋଆ ବିଧାନସଭାର ଡେପୁଟି ସ୍ପିକରଙ୍କ ସୂଚନା ଅନୁଯାୟୀ ପାରିକର ଦ୍ୱିପହର ୧ଟା ବେଳେ ଦିଲ୍ଲୀ ପହଞ୍ôଚବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମୀତ ଶାହ ମଧ୍ୟ ଗୋଆ ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ଦାୟିତ୍ୱ ମନ୍ତ୍ରିମଣ୍ଡଳରେ ବାଣ୍ଟି ଦିଆଯିବ, ହେଲେ ପାରିକର ମୁଖ୍ୟମନ୍ତ୍ରୀ ରହିବେ।
ପାରିକରଙ୍କୁ ଗୁରୁବାର ସନ୍ଧ୍ୟାରେ ଗୋଆର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ପୂର୍ବରୁ ମଧ୍ୟ ପାରିକର ପ୍ୟାନକ୍ରିୟାସ କର୍କଟ ରୋଗର ଚିକିତ୍ସା ନିମନ୍ତେ ୩ମାସ ଆମେରିକାରେ ଚିକିତ୍ସାଧୀନ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories