www.samajalive.in
Thursday, December 11, 2025
18.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଟମାଟୋ ଜୁସ୍‍

ଟମାଟୋରେ ପାଣି ଏବଂ ଫାଇବରର ମାତ୍ରା ଖୁବ ଅଧିକ। ଏହାକୁ ଜୁସ୍‍ , ସୁପ, ସାଲାଡ଼ ଯେଉଁଭଳି ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଟମାଟୋକୁ ଜୁସ୍‍ କରି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଓ ଉପକାରୀ ଅଟେ। ଜାଣନ୍ତୁ ତାହା କଣ …..
ଟମାଟୋକୁ ଜୁସ୍‍ କରି ପିଇଲେ , ଏଥିରେ ଖୁବ କମ୍‍ କ୍ୟାଲେରୀ ଥିବାରୁ ଓଜନ କମାଇବା ପାଇଁ ସହାୟକ ହୁଏ।
ଏହାକୁ ଜୁସ୍‍ କରି ପିଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ।
ଏହା ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ।
ସ୍ତନ କର୍କଟରୁ ରକ୍ଷା କରିଥାଏ।
ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ –
ଏକ ପାତ୍ରକୁ ଗ୍ୟାସରେ ବସାଇ ସେଥିରେ ଟମାଟୋ, ଧନିଆ ପତ୍ର, ଅଳ୍ପ ପିଆଜ, ପାଣି ଦେଇ ଏହାକୁ ଫୁଟାନ୍ତୁ। ଫୁଟାଇବା ବେଳେ ଅଳ୍ପ ଚିନି ଓ ଲୁଣ ପକାନ୍ତୁ। ଏହାକୁ ଭଲ ଭାବେ ଘାଣ୍ଟି ଗ୍ୟାସ ବନ୍ଦ କରି ,ଏକ ଛଣା ଦ୍ୱାରା ଛାଣି ପାତ୍ରକୁ କାଢନ୍ତୁ। କିଛି ସମୟ ଫ୍ରିଜରେ ରଖି ଏହାକୁ ପିଅନ୍ତୁ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories