nua o banner

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମଞ୍ଚେଶ୍ୱରକୁ ହରାଇ ଖୋର୍ଦ୍ଧା ଚମ୍ପିୟାନ

BJD Bijuli 480×75 Mob

ବେଗୁନିଆ: କଣ୍ଟାବାଡ଼ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ କଣ୍ଟାବାଡ଼ ହାଇସ୍କୁଲ ଖେଳ ପଡ଼ିଆରେ ଗତ ମାସ ୨୫ ତାରିଖରୁ ଚାଲିଥିବା ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟଆଜି ରବିବାର ଉଦଯାପିତ ହୋଇଯାଇଛି। ଖୋର୍ଦ୍ଧାର କଳିଙ୍ଗ ଟାଇଗରସ ଟିମ ଫାଇନାଲରେ ମଞ୍ଚେଶ୍ୱରକୁ ୩୯ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଖୋର୍ଦ୍ଧା ଟିମର ସୂର୍ଯ୍ୟକାନ୍ତ ପ୍ରଧାନ ୨୨ ବଲରେ ୬୯ ରନ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୯୯ ରନ କରିଥିଲେ। ଏହାର ଜବାବରେ ୨୦୦ରନ ବିଜୟ ଲକ୍ଷ ନେଇ ବ୍ୟାଟିଂ କରିଥିବା ମଞ୍ଚେଶ୍ୱର ଟିମ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିୟମିତ ବ୍ୟବଧାନରେ ୱିକେଟ ହରାଇବାରୁ ୨୦ ଓଭରରେ ୮ ଉଇକେଟ ହରାଇ ୧୬୦ ରନ କରି ପରାଜିତ ହୋଇଥିଲା।

ଉଦଯାପନୀ ଉତ୍ସବରେ ସମାଜସେବୀ ତଥା ବିଜେଡି ନେତା ପ୍ରଦୀପ ସାହୁ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ,ସମିତିସଭ୍ୟ ସୁବାଷ ଚନ୍ଦ୍ର ମହାନ୍ତି ,ଡା.ବିଷ୍ଣୁ ପ୍ରସାଦ ଦାଶ ,ସୁରେନ୍ଦ୍ର ପଣ୍ଡା ଏବଂ ମାନଶ ରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଚମ୍ପିୟାନ ଦଳକୁ ପଦ୍ମଚରଣ ମେମୋରିଆଲ ଟ୍ରଫି ସହ ୨୦ ହଜାର ଟଙ୍କା ଏବଂ ରନରର୍ସ ଅପ ଦଳକୁ ବିଶ୍ୱନାଥ ବାହିନୀପତି ମେମୋରିଆଲ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସୂର୍ୟ୍ୟକାନ୍ତ ପ୍ରଧାନଙ୍କୁ କୃଷ୍ଣଚନ୍ଦ୍ର ଦାଶ ମେମୋରିଆଲ ଟ୍ରଫି, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସ୍ୱାଧୀନ ପାଇକରାୟଙ୍କୁ ଲଡୁକେଶ୍ୱର ମେମୋରିଆଲ ଟ୍ରଫି, ଟୁନୁ ଖଟୁଆଙ୍କୁ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଭାବେ ରାମଚନ୍ଦ୍ର ଦୀକ୍ଷିତ ମେମୋରିଆଲ ଟ୍ରଫି, ଗୌତମ ଦାସଙ୍କୁ ଶ୍ରେଷ୍ଠ ବୋଲର ଭାବେ ବ୍ରଜବନ୍ଧୁ ଦାଶ ମେମୋରିଆଲ ଟ୍ରଫି, ନିରଞ୍ଜନ ବେହେରାଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବେ ଚନ୍ଦ୍ରଶେଖର ଦାଶ ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା। ଦିଲ୍ଲୀପ କୁମାର ପାଣିଗ୍ରାହୀ, ଶ୍ରୀକାନ୍ତ ବାହିନୀପତି, ବଂଶୀଧର ପାଣିଗ୍ରାହୀ, ସୌମ୍ୟରଂଜନ ଦାଶ ନରସିଂହ ପ୍ରଧାନ, ଦୀପକ ରଞ୍ଜନ ଦାଶ, ବାମଦେବ ମହାନ୍ତି, ହେମନ୍ତ ଶତପଥୀ, ସଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଶରତ ଚନ୍ଦ୍ର ତ୍ରିପାଠୀ ଓ ପ୍ରଭାତ ପଣ୍ଡା ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିବାବେଳେ ରାଜକିଶୋର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.