www.samajalive.in
Saturday, December 6, 2025
16.1 C
Bhubaneswar

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: କାଶ୍ମୀର ବ୍ୟବସାୟୀ ଜାହୁର ୱାତଲିଙ୍କୁ ଜାମିନ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ତଦନ୍ତକାରୀ ଦଳ (ଏନ୍‍ଆଇଏ) ଦ୍ୱାରା ଗିରଫ କାଶ୍ମୀର ବ୍ୟବସାୟୀ ଜାହୁର ଅହମ୍ମଦ ଶାହ ୱାତଲିଙ୍କୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା, ସମପରିମାଣର ଦୁଇଟି ଜମାନବନ୍ଦୀ ଏବଂ ତାଙ୍କ ପାସପୋର୍ଟ ଜମାକରିବା ସର୍ତ୍ତରେ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଷଡ଼ଯନ୍ତ୍ରରେ ୱାତଲିଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନ ଥିବା କୋର୍ଟ କହିଥିଲାବେଳେ ଏନ୍‍ଆଇଏର ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେ. କେ ବେଣୁଗୋପାଳ ଓ ଅତିରିକ୍ତ ସଲିସିଟର ଜେନେରାଲ ମନିନ୍ଦର ସିଂହ ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି। ୱାତଲିଙ୍କୁ ଜାମିନ ପ୍ରଦାନ କରିବା ଦ୍ୱାରା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ବନ୍ଧୀୟ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍ ଖାନ୍‍ୱିଲକର ଏବଂ ଡି.ୱାଇ ଚନ୍ଦ୍ରଚୂଡଙ୍କ ପୀଠ ଏହି ଆବେଦନ ଉପରେ ସେପ୍ଟେମ୍ବର ୨୬ ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ ୱାତଲିଙ୍କୁ ନିର୍ଦେଶ ଦେଇ ଶୁଣାଣିକୁ ସେପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories