www.samajalive.in
Saturday, December 6, 2025
14.1 C
Bhubaneswar

ସିଡ୍‍ନୀ, କୁଆଲାଲୁମ୍ପୁର ଓ ଆମ୍‍ଷ୍ଟରଡାମ୍‍ରେ ହେବ ପ୍ରଚାର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ୭୩ ଦିନ ପରେ ଖେଳାଯିବ। ପ୍ରତିଯୋଗିତା ଯେତିକି ପାଖେଇ ଆସୁଛି; ରାଜ୍ୟ ସରକାର ଏହାର ପ୍ରଚାର ଓ ପ୍ରସାର କରିବା ନେଇ ସେତିକି ତତ୍ପର ହୋଇ ଉଠିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ୨୯ରୁ ‘ମାଇ ହାର୍ଟ ବିଟ୍‍ସ ଫର୍‍ ହକି’ କାର୍ଯ୍ୟକ୍ରମ ସାରାଦେଶରେ ଆରମ୍ଭ କରିବା ସହିତ ହକି ବିଶ୍ୱକପର ପ୍ରଚାର କାର୍ଯ୍ୟ ଆଗେଇ ଚାଲିଛି। ସାରା ଦେଶରେ ହକି ଆଡ୍ଡା, ଆଲୋଚନା ଓ ରୋଡ୍‍ଶୋ ଚାଲିଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନଇ, କଲକାତା, ବେଙ୍ଗାଲୁରୁ, ହାଇଦରାବାଦ୍‍ ସମେତ ୧୭ଟି ସହରରେ ରୋଡ୍‍ଶୋ ଅନୁଷ୍ଠିତ ହେବ। ବେଳେ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ବିଦେଶରେ ପ୍ରଚାର ଲାଗି ମଧ୍ୟ ପଦକ୍ଷେପ ନେଇଛନ୍ତି। ଲଣ୍ଡନ୍‍ରେ ମହିଳା ହକି ବିଶ୍ୱକପ ସମୟରେ ଓଡ଼ିଶା ହକି ବିଶ୍ୱକପର ପ୍ରଚାର କରା ଯାଇଥିବା ବେଳେ ବିଶ୍ୱକପ୍‍ ଖେଳିବାକୁ ଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରଚାର ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଅଷ୍ଟ୍ରେଲିଆର ସିଡ୍‍ନୀ, ମାଲେସିଆରର କୁଆଲାଲୁମ୍ପୁର, ନେଦରଲାଣ୍ଡ୍‍ସର ଆମଷ୍ଟରଡାମ୍‍ ଓ ସ୍ୱିଜରଲାଣ୍ଡ୍‍ର ଜ୍ୟୁରିକ୍‍ ଭଳି ସହରରେ ଓଡ଼ିଶା ହକି ବିଶ୍ୱକପର ପ୍ରଚାର କରାଯିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୨୭ରୁ ଏହି ସବୁ ସହରଗୁଡ଼ିକରେ ହକି ବିଶ୍ୱକପର ପ୍ରଚାର କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories