www.samajalive.in
Monday, December 8, 2025
16.1 C
Bhubaneswar

ଶୀତଦିନେ ପେଟ ଜନିତ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ଶୀତଦିନେ ଖାଦ୍ୟ ପାଇଁ ହେଉ ଅଥବା ଅନ୍ୟ କୌଣସି କାରଣ ପାଇଁ ପେଟ ଜନିତ କିଛି ସମସ୍ୟା ଦେଖାଯାଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ….
– ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରରେ ଜଳୀୟ ଅଂଶର ଅଭାବ ହୋଇନଥାଏ।
– ସକାଳେ ଉଠିବା ମାତ୍ରେ ପ୍ରଥମେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହାଦ୍ୱାରା ବାରମ୍ବାର ହେଉଥିବା ପେଟ ଯନ୍ତ୍ରଣା ଦୂର ହୋଇଥାଏ।
– ପାଣିରେ ପାନମଧୁରୀ ପକାଇ ପିଇ ପାରିବେ। ଏହାସହ ଜୁଆଣୀ, ମହୁ, ଲେମ୍ବୁ ରସ ମିଶାଇ ମଧ୍ୟ ପିଇପାରିବେ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ, ମୋଟାପଣ ହ୍ରାସ ସହ ଗ୍ୟାସଟିକ ଓ ଏସିଡିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସେହିଭଳି ଗ୍ୟାସଟିକ ଜନିତ ସମସ୍ୟା ଦୂର ପାଇଁ ସେଓ ସିରକା ମଧ୍ୟ ପିଇ ପାରିବେ।
– ପେଟ ଯନ୍ତ୍ରଣା, ବାନ୍ତି, ବଦହଜମି ଭଳି ସମସ୍ୟା ଦୂର ପାଇଁ ପୁଦିନା ପତ୍ର ପାଣିରେ ଭିଜାଇ ଏହାକୁ ପିଅନ୍ତୁ। ଏହା ଖୁବ ଉତ୍ତମ ଫଳ ପ୍ରଦାନ କରିଥାଏ।
– ଶୀତଦିନେ ପେଟ ଜନିତ ସମସ୍ୟା ଦୂର ପାଇଁ ଖାଦ୍ୟ ଖାଇବା ପରେ ଅଳ୍ପ ସମୟ ଚାଲନ୍ତୁ।
– ଶୀତଦିନେ ବାରମ୍ବାର ହଜମ ଜନିତ ସମସ୍ୟା ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories