www.samajalive.in
Sunday, December 7, 2025
18.1 C
Bhubaneswar

ନୂତନ ବର୍ଷ ପାଇଁ କିଛି ସଙ୍କଳ୍ପ

ଆଉ ଅଳ୍ପ ଦିନ ବାକି ନୂତନ ବର୍ଷ ୨୦୨୨କୁ। ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକମାନେ ନୂତନ ବର୍ଷକୁ ଆନନ୍ଦ ଏବଂ ଉତ୍ସାହର ସହିତ ସ୍ୱାଗତ କରିବେ । ଲୋକମାନେ ବିଶ୍ୱାସ କରନ୍ତି ଯେ ନୂତନ ବର୍ଷ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ନୂତନ ବର୍ଷ ସୁଖ ଏବଂ ପ୍ରଗତି ଆଣିବ । କିନ୍ତୁ କ୍ୟାଲେଣ୍ଡର ବଦଳାଇବା କିମ୍ବା ତାରିଖ ବଦଳାଇବା ଜୀବନରେ ସୁଖ ଏବଂ ସଫଳତା ଆଣି ନଥାଏ । ଲକ୍ଷ୍ୟ ହାସଲ କରିବାକୁ ସଂକଳ୍ପ ରହିବା ଆବଶ୍ୟକ । ପ୍ରତ୍ୟେକ ପଦକ୍ଷେପରେ ସେହି ସଂକଳ୍ପ ପୂରଣ କରିବାକୁ ଉତ୍ସାହିତ ହେବାକୁ ପଡିବ । ସେଥିପାଇଁ ଲୋକମାନେ ନୂଆ ବର୍ଷରେ କିଛି ସଂକଳ୍ପ ନେଇଥାନ୍ତି । ବୟସ୍କ ହୁଅନ୍ତୁ କିମ୍ବା ପିଲା ହୁଅନ୍ତୁ, କାର୍ୟ୍ୟରତ ଲୋକ କିମ୍ବା ଘରୋଇ ଲୋକ, ସମସ୍ତେ ନୂତନ ବର୍ଷର ସଂକଳ୍ପ ନେବା ଉଚିତ୍ । ଏହା ଆପଣଙ୍କୁ ଖରାପ ଜିନିଷରୁ ଦୂରେଇ ଦିଏ ଏବଂ ନୂତନ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରେ ।
ପ୍ରଥମେ ଭଗବାନଙ୍କୁ ପ୍ରଣାମ ଜଣାନ୍ତୁ। କାର୍ଯ୍ୟରେ ସଫଳତା, ଉତ୍ତମ ସ୍ୱାସ୍ଥ୍ୟ ସଭିଁଙ୍କ ମଙ୍ଗଳ କାମନା କରନ୍ତୁ।
ସ୍ୱାସ୍ଥ୍ୟ
ସୁଖମୟ ଜୀବନ ପାଇଁ ଏକ ସୁସ୍ଥ ଶରୀର ରହିବା ଅତ୍ୟନ୍ତ ଜରୁରୀ । ସ୍ୱାସ୍ଥ୍ୟ ଭଲ ଥିଲେ ହିଁ ସଭିଏଁ ଖୁସି ହୋଇଥାଆନ୍ତି , ମନ ଶାନ୍ତ ରହିବା ସହ , ଜୀବନରେ ଅଗ୍ରଗତି ହୋଇଥାଏ। ତେଣୁ ନୂଆ ବର୍ଷ ଅବସରରେ ନିଜକୁ ସୁସ୍ଥ ରଖିବା ପାଇଁ ଏକ ସଂକଳ୍ପ ନିଅନ୍ତୁ । ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ ଆବଶ୍ୟକ ଉପାୟ ଗ୍ରହଣ କରନ୍ତୁ। କୌଣସି ରୋଗରେ ପୀଡିତ ଥିଲେ ଆବଶ୍ୟକ ଔଷଧ ସହ ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
ସମ୍ପର୍କ

ସୁଖମୟ ଜୀବନ ପାଇଁ ସ୍ୱାସ୍ଥ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ମନ ସୁସ୍ଥ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମ୍ପର୍କରେ ତିକ୍ତତା ଅଥବା ଅଶାନ୍ତି ନଥିଲେ ହିଁ ମନ ଖୁସି ହୁଏ । ଏହି ନୂତନ ବର୍ଷରେ, ସମ୍ପର୍କକୁ ମଜଭୂତ କରିବାକୁ ଏକ ସଂକଳ୍ପ ନିଅନ୍ତୁ । ସମ୍ପର୍କରେ ଥିବା ଅଶାନ୍ତିକୁ ଦୂର କରିବା ସହ ଚିନ୍ତାଧାରାରେ ପରିବର୍ତ୍ତନ କରନ୍ତୁ।
ସଞ୍ଚୟ
ଯଦି ଆପଣ ଆଗାମୀ ଦିନଗୁଡିକୁ ନିରାପଦ ଏବଂ ଆରାମଦାୟକ କରିବାକୁ ଚାହୁଁଛନ୍ତି, ତେବେ ନୂତନ ବର୍ଷରେ ସଞ୍ଚୟ କରିବାକୁ ସ୍ଥିର କରନ୍ତୁ । ଭବିଷ୍ୟତରେ ଆସିଥିବା ସମସ୍ତ ବଡ ସମସ୍ୟାରୁ ସଞ୍ଚୟ ଆପଣଙ୍କୁ ସାହାଯ୍ୟ କରେ । ତେଣୁ ନୂଆ ବର୍ଷରେ ଆବଶ୍ୟକ ଅନୁସାରେ ଖର୍ଚ୍ଚ କରିବାକୁ ଏବଂ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ ।
ଲକ୍ଷ୍ୟ ସ୍ଥିର କରନ୍ତୁ
ଛାତ୍ର କିମ୍ବା କାର୍ୟ୍ୟରତ ବ୍ୟକ୍ତି, ସମସ୍ତଙ୍କ ପାଇଁ କିଛି ଲକ୍ଷ୍ୟ ରହିବା ଜରୁରୀ । ଭବିଷ୍ୟତରେ ଛାତ୍ରମାନଙ୍କୁ କ’ଣ କରିବାକୁ ହେବ, ସେମାନଙ୍କ ଭବିଷ୍ୟତକୁ କେଉଁ ଦିଗରେ ଗଢିବାକୁ ହେବ? ଯେଉଁ ପାଠରେ ଦୁର୍ବଳ, ତେବେ ଏହାକୁ ଉନ୍ନତ କରିବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରନ୍ତୁ । କର୍ମକ୍ଷେତ୍ରରେ ଥିଲେ ଏଥିରେ ଉନ୍ନତି କରିବାକୁ ତଥା କର୍ତ୍ତବ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ,ସଚ୍ଚୋଟତାର ସହ କାର୍ଯ୍ୟ କରନ୍ତୁ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories