www.samajalive.in
Tuesday, December 9, 2025
15.1 C
Bhubaneswar

ନବବର୍ଷ ୨୦୨୨….

ରାତିପାହିଲେ ନବବର୍ଷ। ବିଦାୟ ନେବ ୨୦୨୧। ଆସିବ ୨୦୨୨। ସଭିଏଁ ନୂଆ ବର୍ଷକୁ ସ୍ୱାଗତ କରିବା ସହ ନିଜର ସୁଖସମୃଦ୍ଧି ଓ ବର୍ଷ ଭଲରେ ବିତୁ ବୋଲି କାମନା କରିଥାଆନ୍ତି। କରୋନାର ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତେ ସାବଧାନତାର ସହ ନୂଆବର୍ଷ ନିରାଡମ୍ବର ଭାବେ ପାଳନ କରିବେ। ତେବେ ନୂଆବର୍ଷରେ କିଛି ସରଳ ଉପାୟ ଆପଣାନ୍ତୁ, ଯାହା ଦ୍ୱାରା ଜୀବନ ସୁଖମୟ ହେବ ।
ବାସ୍ତୁ ଅନୁଯାୟୀ, ଗୃହରେ ବଂଶୀ ରଖନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ ବଂଶୀ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ନିୟମିତ ତମ୍ବା ଲୋଟାରେ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ଗୋଲପ, ଚମ୍ପା, ମଲ୍ଲୀ ଆଦିର ବାସ୍ନା ମାନସିକ ଦୁଶ୍ଚିନ୍ତା ଦୂର କରେ। ଏହି ଫୁଲଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।ତୁଳସୀ ବୃକ୍ଷ ମଧ୍ୟ ଲଗାନ୍ତୁ। ଗୃହରେ ମନିପ୍ଲାଣ୍ଟ ଲଗାନ୍ତୁ। ଏହା ଦ୍ୱାରା ଦାମ୍ପତ୍ୟ ଜୀବରେ ସର୍ବଦା ମଧୁରତା ରହିଥାଏ।
ଭଗବାନ ମହେଶ୍ୱର ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଘରେ ବସିଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଓ କାର୍ୟ୍ୟାଳୟରେ ଠିଆ ହୋଇଥିବା ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ। ଏହି ମୂର୍ତ୍ତିଙ୍କର ଚରଣ ଭୂମି ଅର୍ଥାତ ଯେଉଁସ୍ଥାନରେ ରଖୁଛନ୍ତି, ସେହି ସ୍ଥାନକୁ ସ୍ପର୍ଶ କରିବା ଆବଶ୍ୟକ। ଧବଳ ରଙ୍ଗର ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସୁଖସମୃଦ୍ଧି ପ୍ରଦାନ କରିଥାଆନ୍ତି।
ଘରକୁ ଓ ଘରେ ଥିବା କାଚ ପାତ୍ରକୁ ସଫା କରନ୍ତୁ। ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ।
ଅସହାୟ ଓ ଗରିବଙ୍କୁ ଦାନ କରନ୍ତୁ।
ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ। ଅନ୍ଧକାର କରନ୍ତୁ ନାହିଁ।
ପାଞ୍ଚଟି ପଦ୍ମଫୁଲକୁ ସୁଗନ୍ଧିତ ଅତର ସହ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି, ଶ୍ରୀମନ୍ତ୍ରର ୧୧ ଥର ଜପ କରନ୍ତୁ। ୨ଟି ପଦ୍ମଫୁଲ ମା’ଙ୍କ ଚରଣରେ ମଧ୍ୟ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ।
ଏକ ପାନ ପତ୍ରରେ ଗୋଟିଏ ଲାଲ ଗୋଲାପ ଫୁଲ ରଖି ଓସ୍ତ ଗଛ ତଳେ ରଖି ପ୍ରଣାମ କରି ନିଜ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
କାର୍ୟ୍ୟସ୍ଥଳକୁ ଯାଇ ସେଠାରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହା ପରେ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ନିକଟରେ ସୁଗନ୍ଧିତ ଅଗରବତୀ ଲଗାଇବା ସହ ଏହି ମନ୍ତ୍ର ଜପ କରନ୍ତୁ। (ଓଁ ଶ୍ରୀ ଗଣେଶାୟ ନମଃ) , (ଓଁ ଶ୍ରୀ ମହାଲକ୍ଷ୍ମୀ ନମୋ ନମଃ)।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories