www.samajalive.in
Sunday, December 7, 2025
16.1 C
Bhubaneswar

ନୂତନ ଆହାର କେନ୍ଦ୍ର ଉଦଘାଟନ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକରେ ନୂତନ ଭାବେ ନିର୍ମାଣ ହେଇଥିବା ଆହାର କେନ୍ଦ୍ର ଗୃହକୁ ଶୁକ୍ରବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି  । ଫଳରେ ଲୋକଙ୍କ ମଧ୍ୟରେ ଖୁସି ଲହରୀ ଦେଖା ଦେଇଛି । କାରଣ ଦୀର୍ଘ ଦିନ ହେଲା ଆହାର କେନ୍ଦ୍ରଟି ଅସ୍ଥାୟୀ ଭାବେ ଭାରତୀ ବିଦ୍ୟପୀଠ ମିନି ଷ୍ଟାଡିୟମ ଭିତରେ ଚାଲିଥିଲା  । ଏହି କାର୍ୟ୍ୟକ୍ରମ ରେ ଗଞ୍ଜାମ ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର, ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ମାନସ ପଣ୍ଡା, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ,ପୂର୍ବତନ ଏନ ଏ ସି ଉପଧାକ୍ଷ ନୀଳାଞ୍ଚଳ ବାରିକି ପ୍ରମୁଖ ଙ୍କ ସମେତ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ  । ପୂର୍ବରୁ ଆହାର କେନ୍ଦ୍ରଟି ଅସ୍ଥାୟୀ ଭାବେ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଚାଲିଥିଲା  ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories