www.samajalive.in
Saturday, December 6, 2025
15.1 C
Bhubaneswar

ନୂଆବର୍ଷକୁ ଅଳ୍ପ ଦିନ ବାକି ; ଏହି ଉପାୟ ସହ କରନ୍ତୁ ବର୍ଷକୁ ସ୍ୱାଗତ

୨୦୨୧ ବର୍ଷ ଶେଷ ହେବାକୁ ଯାଉଛି ଏବଂ ନୂତନ ବର୍ଷ ୨୦୨୨ ପାଇଁ ଆଉ ଅଳ୍ପ ସମୟ ବାକି ଅଛି । ସବୁଥର ପରି, ଏହି ବର୍ଷ ମଧ୍ୟ ନୂତନ ବର୍ଷର ଉତ୍ସାହ ବିଶେଷ ଅଟେ କାରଣ ଏଥର ମଧ୍ୟ ସମସ୍ତଙ୍କର ଇଚ୍ଛା କୌଣସି ବିପଦ ନ ଆସିବା ସହ ମହାମାରୀରୁ ରକ୍ଷା ମିଳୁ। ସଭିଁଙ୍କ ଜୀବନରେ ସୁଖସମୃଦ୍ଧି ଆସୁ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେଉ। ତେବେ ନୂଆବର୍ଷରେ ଏହି ଉପାୟ ଆପଣାଇ ଲାଭବାନ ହୁଅନ୍ତୁ ….
ତାଳପତ୍ର – ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପାଇବାକୁ, ତାଳପତ୍ରରେ ଲାଲ ଚନ୍ଦନରେ ଶ୍ରୀ ଲେଖନ୍ତୁ । ଯଦି ସମ୍ଭବ, ଶ୍ରୀ ଲେଖିବାବେଳେ ମୟୂର ପୁଚ୍ଛ ବ୍ୟବହାର କରନ୍ତୁ । ଏହା ପରେ ଶ୍ରୀ ଲେଖାହୋଇଥିବା ଏହି ତାଳପତ୍ରକୁ ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନର ଅଭାବ ହୋଇନଥାଏ।
ନୂଆ ବର୍ଷ ଆସିବା ମାତ୍ରେ ପ୍ରଥମ ଶୁକ୍ରବାରରେ ଏକ ସଫା ଓ ନୂଆ ହଳଦିଆ କପଡ଼ାରେ ୫ଟି କଉଡି, ଅଳ୍ପ କେସର ଏବଂ ଏକ ରୂପା ଟଙ୍କାକୁ ଏହି କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ଉନ୍ନତି ହୋଇଥାଏ। ଟଙ୍କାପଇସାର ଅଭାବ ହୋଇନଥାଏ।
ଐଶ୍ୱର୍ଯ୍ୟ ବୃଦ୍ଧି ଯନ୍ତ୍ରକୁ ସଠିକ ଉପାୟରେ ପୂଜାର୍ଚ୍ଚନା କରି ଏହାକୁ ଆଲମିରାରେ ରଖିବା ଦ୍ୱାରା ଧନବୃଦ୍ଧି ହୋଇଥାଏ।
ଘରେ ପୂଜାର୍ଚ୍ଚନା କରିବା ସମୟରେ ଗୋଟା ଗୁଆକୁ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କର।ଯାଏ। ତେଣୁ ପୂଜା ହୋଇଥିବା ଗୁଆକୁ ଆଲମିରାରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories