www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନ ଅଦାଲତଙ୍କ ନିର୍ଦେଶ, କୃପାଣ ପାଇଁ ଲାଇସେନ୍ସ ଜରୁରୀ

ନୂଆଦିଲ୍ଲୀ: ଶିଖ ସମ୍ପ୍ରଦାୟର ଲୋକେ ଧାରଣ କରୁଥିବା କୃପାଣ (ଛୋଟ ଖଣ୍ଡା) ପାଇଁ ଲାଇସେନ୍ସ ଜରୁରୀ ବୋଲି ପାକିସ୍ତାନର ପେଶୱାର ଉଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି। ଶିଖମାନେ କୃପାଣ ଧାରଣ କରି ଅଦାଲତ କିମ୍ବା ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ହେଲେ ସେମାନଙ୍କୁ ବୈଧ ଲାଇସେନ୍ସ ଦେଖାଇବାକୁ ପଡିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି। ପେଶୱାର ଉଚ୍ଚ ଅଦାଲତ ପାକିସ୍ତାନରେ ବସବାସ କରୁଥିବା ଶିଖ ପାଇଁ ଏହି ନିର୍ଦେଶ ଜାରି କରିଥିବାବଳେ ବିଶ୍ବବ୍ୟାପୀ ଶିଖଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତର ଶିରୋମଣୀ ଗୁରୁଦ୍ବାର ପ୍ରବନ୍ଧକ କମିଟି (ଏସଜିପିସି) ପାକ୍ ଅଦାଲତଙ୍କ ଏହି ନିର୍ଦେଶକୁ ନିନ୍ଦା କରିଛି। ଏପରିକି ଏହି ନିର୍ଦେଶକୁ ପ୍ରତ୍ୟାହାର ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଇମ୍ରାନ ଖାଁଙ୍କ ନେତୃତ୍ବ ସରକାରକୁ ନିବେଦନ କରିଛି।

ଏସଜିପିସି ଅଧ୍ୟକ୍ଷ ହରଜିନ୍ଦର ସିଂହ ଧାମି ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ନିକଟକୁ ଚିଠି ଲେଖି ସମସ୍ୟାର ସମାଧାନ ପାଇଁ ପଡୋଶୀ ସରକାର ସହିତ ଆଲୋଚନା କରିବାକୁ କହିଛନ୍ତି। ଧାମି କହିଛନ୍ତି ଯେ ଶିଖମାନଙ୍କ ଧାର୍ମିକ ପୋଷାକର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି କୃପାଣ। ଏହା କୌଣସି ଅସ୍ତ୍ର ନୁହେଁ; ବରଂ ଏହା ଶିଖଙ୍କ ଧାର୍ମିକ ବିଶ୍ବାସର ଏକ ସଂକେତ। ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଶିଖମାନଙ୍କୁ ସେମାନଙ୍କ ଦେଶର ସରକାର ଏହି କୃପାଣ ଧାରଣ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ପେଶୱାର ଉଚ୍ଚ ଅଦାଲତଙ୍କ ନିର୍ଦେଶକୁ ଅନ୍ୟାନ୍ୟ ଦେଶର ଶିଖ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ସରକରା ସମ୍ବିଧାନର ଧାରା ୨୫(୨)(ବି) ଅନୁଯାୟୀ ଶିଖମାନଙ୍କୁ ସବୁ ସମୟରେ କୃପାଣ ଧାରଣ କରିବାର ଅଧିକାର ଦିଆଯାଇଛି।

- Advertisement -

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଆରପି ସିଂହ ପାକ୍ ଅଦାଲତଙ୍କ ଏପରି ନିର୍ଦେଶକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହି ନିର୍ଦେଶ ବିଶ୍ବବ୍ୟାପୀ ଶିଖଙ୍କ ଧାର୍ମିକ ଭାବାବେଗକୁ ଅଘାତ ଦେଇଛି। ପାକିସ୍ତାନ ସରକାରଙ୍କୁ ନିଜ ଉଦ୍‌ବେଗ ଜଣାଇବା ପୂର୍ବକ ସିଂହ ନୂଆଦିଲ୍ଲୀସ୍ଥିତ ପାକ୍ ଉଚ୍ଚାୟୁକ୍ତଙ୍କ ନିକଟକୁ ଚିଠି ଲେଖିଛନ୍ତି। ସିଂହ ତାଙ୍କ ଚିଠିରେ ଲେଖିଛନ୍ତି ଯେ ପାକିସ୍ତାନ ସରକାର ଅଦାଲତଙ୍କ ନିର୍ଦେଶକୁ ପ୍ରତ୍ୟାହାର ଦିଗରେ ହସ୍ତକ୍ଷେପ ପୂର୍ବକ ଶିଖ ସମ୍ପ୍ରଦାୟଙ୍କ ଧାର୍ମିକ ସ୍ବାଧୀନତାକୁ ବଜାୟ ରଖନ୍ତୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories