www.samajalive.in
Sunday, December 14, 2025
23.1 C
Bhubaneswar

ସେଞ୍ଚୁରିଅନ୍‌ରେ ରାହୁଲଙ୍କ ଶତକ, ଭାରତ ୩/୨୭୨

ସେଞ୍ଚୁରିଅନ୍‌: ସେଞ୍ଚୁରିଅନ୍ ଷ୍ଟାଡିୟମ୍‌ ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଥିବା ବେଳେ ପ୍ରଥମଦିନରେ ଏହି ଦୁର୍ଗ ଦଖଲ ଦିଗରେ ପ୍ରଥମ ପାଦ ପକାଇଛି ଭାରତୀୟ ଦଳ। ରବିବାର ଏଠାରେ ପ୍ରଥମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ଭାରତୀୟ ଓପ୍‌ନର କେ.ଏଲ୍‌. ରାହୁଲ ଅପରାଜିତ ଶତକ ଓ ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଲୁଙ୍ଗି ଏନ୍‌ଗିଡ଼ି ୩ଟିଯାକ ୱିକେଟ ନେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଅନ୍ୟ ସମସ୍ତ ବୋଲର ବିଫଳ ହୋଇଛନ୍ତି। ଫଳରେ ଭାରତ ପ୍ରଥମ ଇନିଂସରେ ପ୍ରଭାବଶାଳୀ ସ୍କୋର୍‌କରିବା ଦିଗରେ ଅଗ୍ରସର ହେଉଛି। ପ୍ରଥମଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ପ୍ରଥମ ଇନିଂସରେ ୩ ୱିକେଟରେ ୨୭୨ ରନ୍‌ କରିପାରିଛି।

ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପାଗ ମେଘୁଆ ଥିଲା; ପିଚ୍‌ରେ ମଧ୍ୟ ପେସ୍ ବୋଲରଙ୍କ ପାଇଁ ସହାୟତା ଥିଲା। ଏହାସତ୍ତ୍ବେ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଏହାର ଫାଇଦା ଉଠାଇ ପାରିନଥିଲେ। ଦୁଇ ଭାରତୀୟ ଓପ୍‌ନର କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଦୁର୍ବଳ ବଲ୍‌କୁ ପ୍ରହାର କରିଥିବା ବେଳେ ଭଲ ବଲ୍‌କୁ ସମ୍ମାନ ଦେଇଥିଲେ। ଅଗ୍ରୱାଲଙ୍କ ଏକ କ୍ୟାଚ୍‌ ୱିକେଟ ରକ୍ଷକ କ୍ବିଣ୍ଟନ ଡି କକ୍ ଛାଡ଼ିଥିଲେ। ଭୋଜନ ବିରତି ସୁଦ୍ଧା ଭାରତ ବିନା ୱିକେଟରେ ୮୩ ରନ୍‌ କରିଥିଲା। ବିରତି ପରେ କର୍ଣ୍ଣାଟକର ଦୁଇ ଓପ୍‌ନର ରାହୁଲ ଓ ଅଗ୍ରୱାଲ ଶତକୀୟ ଭାଗିଦାରୀ କରିଥିଲେ। ତେବେ ୪୧ତମ ଓଭରରେ କ୍ରମାଗତ ୨ଟି ବଲ୍‌ରେ ଭାରତ ୨ଟି ୱିକେଟ ହରାଇଥିଲା। ୧୧୭ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ମୟଙ୍କ ଅଗ୍ରୱାଲ ୧୨୩ ବଲ୍‌ରୁ ୯ଟି ଚୌକା ସହ ୬୦ ରନ୍‌କରି ଆଉଟ ହୋଇଥିଲେ।

- Advertisement -

ପରବର୍ତ୍ତୀ ବଲ୍‌ରେ ଚେତେଶ୍ବର ପୂଜାରା ଆଉଟ ହୋଇଥିଲେ। ୩ୟ ୱିକେଟ ଭାଗିଦାରୀ ଭାରତ ପାଇଁ ଫଳପ୍ରସୂ ହୋଇଥିଲା। ରାହୁଲ ଓ ଅଧିନାୟକ ବିରାଟ କୋହଲି ୭୨ ରନ୍‌ ​‌େ‌ଯାଡ଼ିଥିଲେ। ଭଲ ବ୍ୟାଟିଂ କରୁଥିବା କୋହଲି ବଡ଼ ସ୍କୋର୍‌କରିବେ ବୋଲି ଆଶା କରା ଯାଉଥିବା ବେଳେ ଏକ ବାହାର ବଲ୍‌କୁ ସ୍ଲିପ୍‌ ହାତକୁ ମାରିଥିଲେ। କୋହଲି ୯୪ ବଲ୍‌ରୁ ୪ଟି ଚୌକା ସହ ୩୫ ରନ୍‌ କରିଥିଲେ। ଶ୍ରେୟାସ ଆୟରଙ୍କ ସ୍ଥାନରେ ଏକାଦଶକୁ ଫେରିଥିବା ଅଜିଙ୍କ୍ୟ ରାହାଣେ ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ। ରାହୁଲଙ୍କ ସହ ରାହାଣେ ପ୍ରଥମଦିନର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ୭ମ ଟେଷ୍ଟ ଶତକ ହାସଲ କରିଥିବା ରାହୁଲ ୨୪୭ ବଲ୍‌ରୁ ଗୋଟିଏ ଛକା ଓ ୧୭ଟି ଚୌକା ସହ ୧୨୨ ରନ୍‌କରି ଅପରାଜିତ ଅଛନ୍ତି। ରାହାଣେ ୮୧ ବଲ୍‌ରୁ ୮ଟି ଚୌକା ସହ ୪୦ ରନ୍‌କରି ଅପରାଜିତ ରହିଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories