ଜୋହାନ୍ସବର୍ଗ: ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କର ରବିବାର ପରଲୋକ ହୋଇଛି। ତାଙ୍କୁ ୯୦ବର୍ଷ ହୋଇଥିଲା। ଦକ୍ଷିଣ ଆଫ୍ରିକାରେ କଳା ଓ ଗୋରା ଭେଦଭାବ ବିରୋଧରେ ଲଢେଇ କରିଥିବା ଏହି ଆର୍କବିଶପ ୧୯୮୪ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ କିଛି ବର୍ଷ ହେଲା ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହୋଇଆସୁଥିଲୋ। କେପ୍ ଟାଉନସ୍ଥିତ ଓଆସିସ୍ ଫାର୍ଲି କେୟାର ସେଣ୍ଟରରେ ରବିବାର ସକାଳେ ତାଙ୍କର ପରଲୋକ ହୋଇଥିବା ଡେସମଣ୍ଡ ଟୁଟୁଙ୍କ ପରିିଚାଳିତ ନ୍ୟାସର ଅଧ୍ୟକ୍ଷ ରାମଫେଲ ମାମଫେଲା କହିଛନ୍ତି। ଟୁଟୁଙ୍କ ପରଲୋକରେ ରାଷ୍ଟ୍ରପତି ସେରିଲ ରାମଫୋସା ଶୋକ ବ୍ୟକ୍ତ କରିବା ସହିତ ଦକ୍ଷିଣ ଆଫ୍ରିକାରେ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି।
Popular Categories



