www.samajalive.in
Sunday, December 14, 2025
19.1 C
Bhubaneswar

ଦ୍ୱିତୀୟ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଢେଙ୍କାନାଳକୁ ହରାଇ ଖୋର୍ଦ୍ଧା ସେମିରେ

ବେଗୁନିଆ:କଣ୍ଟାବାଡ଼ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଖୋରଧାର କଳିଙ୍ଗ ଟାଇଗରସ ଦଳ୬୮ ରନରେ ଢେଙ୍କାନାଳ କ୍ରିକେଟ କ୍ଲବକୁ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ।ଟସ ଜିତି ଖୋର୍ଦ୍ଧା ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ୨୦ ଓଭରରେ ୯ ଉଇକେଟ ହରାଇ୧୯୩ ରନ କରିଥିଲା ।ଦଳ ପକ୍ଷରୁ ସ୍ୱାଧୀନ ପାଇକରାୟ୩୮ ବଳରେ୬୩ ରନ କରିଥିବାବେଳେ ଉମାକାନ୍ତ ପ୍ରଧାନ୩୬ ଓ ଟୁନୁ ଖଟୁଆ ୩୪ ରନ କରିଥିଲେ ।ଢେଙ୍କାନାଳ ପକ୍ଷରୁ ସୁଲେମାନ ଓ ସୁନୀଲ ସାହୁ ୩ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।ଜବାବରେ୧୯୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଢେଙ୍କାନାଳ ଦଳ ନିୟମିତ ବ୍ୟବଧାନରେ ୧୮.୨ଓଭର ରେ୧୨୫ ରନ କରି ଅଲଆଉଟ ହୋଇଯାଇଥିଲେ ।

ଢେଙ୍କାନାଳ ଦଳର କୌଣସି ବ୍ୟାଟ୍ସ ମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ ।ଖୋର୍ଦ୍ଧା ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱାଧୀନ ପାଇକରାୟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାପ୍ରଭୁ ଜଗନ୍ନାଥ ଯୁକ୍ତ୨ ରେସିଡେନସିଆଲ କଲେଜର ନିର୍ଦେଶକ ବିରବର ସଂଗ୍ରାମସିଂହ ଅତିଥି ଭାବେ ଯୋଗ ଦେଇ ପ୍ରଦ୍ୟୁମ୍ନ ମହାପାତ୍ର ମେମୋରିଆଲ ଟ୍ରଫି ପ୍ରଦାନ କରିଥିଲେ ।ଶ୍ରୀକାନ୍ତ ବାହିନୀପତି ଓ ସୌମ୍ୟରଂଜନ ଦାଶ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିବାବେଳେ ବଂଶୀଧର ପାଣିଗ୍ରାହୀ ମ୍ୟାଚ ରେଫରି ଦାଇତ୍ୱ ତୁଲାଇଥିଲେ । ସୁରେଶ ମହାପାତ୍ର ,ସୂର୍ୟ୍ୟନାରାୟଣ ଓଝା, ସିଦ୍ଧେଶ୍ୱର ବେହେରା, ସଞ୍ଜୟ ପାଣିଗ୍ରାହୀ ,ମିଥୁନ ପ୍ରଧାନ, ଦୀପକରଞ୍ଜନ ଦାଶ, ନରସିଂହ ପ୍ରଧାନ ,ବାମଦେବ ମହାନ୍ତି ଓ ପ୍ରଶାନ୍ତ ସାହୁ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories