www.samajalive.in
Monday, December 15, 2025
15.1 C
Bhubaneswar

ମାଓ ଯୋଜନା ପଣ୍ଡ; ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି:-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀ ରଖିଥିବା ସାମଗ୍ରୀ ଜବତ ହୋଇଛି।
ଏ ସମ୍ବନ୍ଧରେ ମାଲକାନଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଭିଳାଷ ଜି ଦେଇଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ଜଡ଼ାମ୍ବ ଥାନା ପୁଲିସ ଓ ବି.ଏସ୍‍.ଏଫ.ଯବାନ ମରିବାଡା ଗ୍ରାମ ନିକଟ ଜଙ୍ଗଲରେ ତଲାସି ଅଭିଯାନ ଚଳାଇଥିଲେ।  ତେବେ ତଲାସି ଅଭିଯାନ କରୁଥିବା ସମୟରେ ମାଓବାଦୀ ରଖିଥିବା ଏହି ସାମଗ୍ରୀ ଗୁଡ଼ିକୁ ଜବତ କରିଥିଲେ।

 

- Advertisement -

ଏ ସାମଗ୍ରୀ ଗୁଡିକ ମଧ୍ୟରୁ ଗୋଟିଏ ଜେନରେଟର୍‍, ଛଅଟି ଡିଟୋନେଟର୍‍, ଗୋଟିଏ ଗ୍ରାନେଡ୍‍, ଛଅ ମିଟର କୋଡେକ୍ସ ତାର, ଛଅଟି ବାକ୍ସ, ୬୫ଟି ଚାର୍ଜିଙ୍ଗ କ୍ଲିପ୍‍, ପାଣି ଜାର୍କିନ୍‍, ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଗୁଡିକୁ ସାଧାରଣ ଜନତା ଓ ପୁଲିସଙ୍କ ଉପରେ ଆକ୍ରମଣ କରିବା ପାଇଁ ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଆଞ୍ଚଳିକ କମିଟି ରଖିଥିବା ଶ୍ରୀ ଅଭିଳାସ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories