www.samajalive.in
Sunday, December 14, 2025
19.1 C
Bhubaneswar

ନାଗ – ଡୋବରମ୍ୟାନ ଲଢେଇ, ଜିତିଲା ବିଶ୍ୱାସୀ କୁକୁର କାଳୀ

ସୌମ୍ୟ ରଞ୍ଜନ ସେନାପତିଙ୍କ ଘର ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଗ୍ରାମରେ। ଗତକାଲି ସନ୍ଧ୍ୟାରେ ତାଙ୍କର ମାଈ ଡୋବରମ୍ୟାନ କୁକର ‘କାଳୀ’ ଘର ଅଗଣାରେ ଥିବା ବେଳେ ସେଇ ବାଟ ଦେଇ ଏକ ୩ ଫୁଟ ଲମ୍ବର ନାଗ ସାପ ଘର ଆଡ଼କୁ ମୁହାଁଇ ଥିଲା। ସାପକୁ ଘର ଭିତରେ ପୁରେଇ ନଦେବା ପାଇଁ କାଳୀ ବାଟ ନ ଛାଡିବାରୁ ନାଗଟି ଫଣା ଟେକି କାମୁଡିବାକୁ ଚେଷ୍ଟା କରନ୍ତେ, କାଳୀ ସାପର ଦେହର ମଝି ଭାଗକୁ ପାଟିରେ କାମୁଡି ଧରି ୨-୩ ଥର ଏପଟ ସେପଟ ଝାଡ଼ି ଦେଇ ଦୂରକୁ ଫିଙ୍ଗିଦେଲା। ୟା ଭିତରେ ସୌମ୍ୟରଂଜନଙ୍କ ଘର ଲୋକ ଖବର ପାଇ ସାରିଥିଲେ। ତୁରନ୍ତ କାଳୀକୁ ସାପ ପାଖରୁ ଭିଡି ଦୂରକୁ ନେଇ ଯାଇଥିଲେ। କାରଣ କାଳୀ ଗର୍ଭବତୀ ମଧ୍ୟ ଥିଲା, ଆଉ ସାପ ଯଦି କାମୁଡି ଦେଇଥିବ ତାହେଲେ ନିଜ ଜୀବନ ସହିତ ଗର୍ଭସ୍ଥ ଶିଶୁମାନଙ୍କ ଜୀବନ ମଧ୍ୟ ବିପନ୍ନ ହୋଇଥାନ୍ତା।

ସାପଟି ଗୁରୁତର ହୋଇ ଆଉ ଭଲରେ ଚାଲି ପାରୁନଥିଲା। ଘୁଷୁରି ଘୁଷୁରି ବାହାରକୁ ଯିବା ବେଳେ ସୌମ୍ୟ ଏକ ପ୍ଲାଷ୍ଟିକ ଟବ ଆଣି ସାପକୁ ଘୋଡେଇ ଦେଲେ, ଯେମିତି କି ତାହା ଆଉ କେଉଁ ଘରେ ନପଶି ପାରିବ। ଏହା ପରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପାଖକୁ ଫୋନ କରି ପରାମର୍ଶ ଲୋଡିଥିଲେ। କୁକୁରଟିର ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଶୁଭେନ୍ଦୁ ସୌମ୍ୟଙ୍କ ଠାରୁ ଉଭୟ ସାପ ଓ କୁକୁରଙ୍କ ଅଲଗା ଅଲଗା ଭିଡ଼ିଓ ମଗେଇ ଦେଖିଥିଲେ।

- Advertisement -

କୁକୁରଟି ସାଧାରଣ ବ୍ୟବହାର ପ୍ରଦର୍ଶନ କରୁଥିଲା, କିନ୍ତୁ ନାଗଟିର ମେରୁଦଣ୍ଡ ଭାଙ୍ଗିବା ଜଣା ପଡିଯାଉଥିଲା। ଶୁଭେନ୍ଦୁଙ୍କ ଠାରୁ ନିର୍ଦେଶ ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ଆହତ ନାଗ ସାପଟିକୁ ଉଦ୍ଧାର କରିଥିଲେ ସତ, ହେଲେ ଘଣ୍ଟେ ଭିତରେ ସାପଟି ମରି ଯାଇଥିଲା। ନାଗ ସାପଟିର ମେରୁଦଣ୍ଡ ଭାଙ୍ଗିବା ସହିତ ଫୁସଫୁସ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗ କଣା ହେଇଯିବାରୁ ସାପଟି ମୃତ୍ୟୁବରଣ କରିଥିବ ବୋଲି ଶୁଭେନ୍ଦୁ ମଲ୍ଲିକ କହିଥିଲେ। କାଳେ ସାପଟି ଯଦି କୁକୁରକୁ କାମୁଡ଼ିଥାଏ ତେଣୁ କୁକୁରଟିର କିଛି ବି ଅସ୍ୱାଭାବିକ ପରିବର୍ତ୍ତନ ଦେଖିଲେ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେବା ପାଇଁ ପରାମର୍ଶ ଦେଇଥିଲେ ଶୁଭେନ୍ଦୁ।

ଏଭଳି ଘଟଣା ଆଗରୁ ଅନେକ ଥର ଘଟିଛି ଆମ ରାଜ୍ୟରେ, ଅନେକ କ୍ଷେତ୍ରରେ କୁକୁରମାନେ ସାପକୁ ମାରି ନିଜେ ମଧ୍ୟ ଜୀବନ ଦେଇଛନ୍ତି। ହେଲେ ଏଥର ଡୋବରମ୍ୟାନ କାଳୀ ନିଜକୁ ରକ୍ଷା କରିବା ସହ ମାଲିକଙ୍କ ଘରକୁ ମଧ୍ୟ ସୁରକ୍ଷା ଦେବାରେ ସଫଳ ହେଇପାରିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories