www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ୨୩୬ ଓମିକ୍ରନ ଆକ୍ରାନ୍ତ; ସୁସ୍ଥ ହେଲେଣି ୧୦୪

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କୋଭିଡ-୧୯ର ନୂଆ ପ୍ରକରଣର ଓମିକ୍ରନରେ ଭାରତରେ ଏପର୍ଯ୍ୟନ୍ତ ୨୩୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୪ ଜଣ ସୁସ୍ଥ ହୋଇସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୬୪ ଜଣଙ୍କୁ ଚିହ୍ନଟ କରାଯାଇସାରିଛି। ସେହିଭଳି ତେଲେଙ୍ଗାନା ୨୪, ରାଜସ୍ଥାନ ୨୧, କର୍ଣ୍ଣାଟକ ୧୯, କେରଳରେ ୧୫ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଗୁଜରାଟ ୧୪, ଜମ୍ମୁ କାଶ୍ମୀର ୩, ଆନ୍ଧ୍ରପ୍ରଦେଶ ୨, ଓଡ଼ିଶା ୨, ଉତ୍ତର ପ୍ରଦେଶ ୨, ଚଣ୍ଡିଗଡ, ଲଦାଖ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜଣାଯାଇଛି। ଇତିମଧ୍ୟରେ ଓମିକ୍ରନ ପ୍ରକରଣକୁ ହାଲୁକାରେ ନନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି। ବିଶ୍ୱବାସୀ କୋଭିଡ ନିୟମାବଳୀ କଡାକଡି ଭାବରେ ମାନିବାକୁ ବିଶ୍ୱ ସ୍ୱାସ୍ଥ୍ର୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories