www.samajalive.in
Monday, December 15, 2025
24.1 C
Bhubaneswar

ବ୍ରିଟିଶ ଅମଳର ବିପଦଜନକ ପୋଲ ପୁନଃନିର୍ମାଣ ଦାବି

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ରେ ଥିବା ସିନ୍ଦୁରପଙ୍କ ଛକରୁ ପରମାଣପୁର, ଝାଙ୍କରପାଲି, ଜୁନାଡହି, ସମାସିଂହା, ଲଇକେରା ଦେଇ ଝାଡଖଣ୍ଡ ପ୍ରଦେଶର ରାଜଧାନି ରାଞ୍ଚିକୁ ସଂଯୋଗ କରୁଥିବା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସର୍ବ ପୁରାତନ ପୁରୁଣାରାଞ୍ଚି ରୋଡର ଲାଉମାଲ ଛକର ଅନତି ଦୂରତାରେ ଥିବା ଚୁହୁକି ପୋଲ ଦୀର୍ଘ ବର୍ଷ ହେଲା ବିପଦଜନକ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କିମ୍ବା ଉପଯୁକ୍ତ ସ୍ଥାୟୀ ମରାମତି କରାଯାଉ ନାହିଁ। ଫଳରେ କର୍ତ୍ତୃପକ୍ଷଙ୍କ ଉଦାସୀନତା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ବ୍ରିଟିଶ ଅମଳରୁ ଚୁହୁକି ଗ୍ରାମ ପାଖରେ ଥିବା ନାଳା ଉପରେ ନିର୍ମିତ ଏହି ପୋଲ ଅତି ଦୟନୀୟ ତଥା ବିପଦଜନକ ଅବସ୍ଥାରେ ରହିଛି। ରାସ୍ତା ସଂପ୍ରାସାରିତ ହୋଇଥିଲେ ମଧ୍ୟ ଏହି ପୋଲର ସଂପ୍ରସାରଣ କରାଯାଇ ନଥିବାରୁ ଗୋଟିଏ ଚାରି ଚକିଆ ଯାନ ମୁସ୍କିଲରେ ଯାଇପାରିବା ଭଳି ସଂକୀର୍ଣ୍ଣ ରହିଛି। ୩ ଦଶନ୍ଧି ତଳେ ଏହି ପୋଲ ଉପରୁ ଏକ ଟ୍ରକ୍‍ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡିବା ଫଳରେ ୧୫ ଜଣ ଲୋକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ପ୍ରାୟ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟି ଯାତ୍ରୀମାନେ କ୍ଷତବିକ୍ଷତ ହେଉଛନ୍ତି। ଏହାର ରକ୍ଷଣାବେକ୍ଷଣ ଖାମଖିଆଲି ଭାବରେ କରାଯାଉଥିବାରୁ ପୋଲ ଉପରେ ଥିବା ସିମେଣ୍ଟ କଂକ୍ରିଟ୍‍ ଗାଢଖାଳରେ ପରିପୂର୍ଣ ହେବା ସହିତ ପୋଲର ଗୋଟିଏ ପାର୍ଶ୍ବର ସୁରକ୍ଷା ବାଡ ଦୁର୍ଘଟଣାରେ ଭାଙ୍ଗି ଯାଇଛି।

- Advertisement -

ପୋଲକୁ ସଂପ୍ରସାରିତ କରାଯାଇ ପୁନଃ ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଅସଂଖ୍ୟ ଥର ନେତା, ମନ୍ତ୍ରୀ, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କାହାରି କୁମ୍ଭ କର୍ଣ ନିଦ୍ରା ଭଙ୍ଗ ହେଉନାହିଁ। ଏହି ରାସ୍ତା ଉପରେ ସମ୍ବଲପୁର, ରେଙ୍ଗାଲି, ଝାରସୁଗୁଡା, କୁଚିଣ୍ଡା ଏବଂ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ଲୋକେ ଯାତାୟାତ ପାଇଁ ନିର୍ଭର କରୁଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories