www.samajalive.in
Sunday, December 14, 2025
15.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୧/୧୨/୨୦୨୧)

ମେଷ :​‌ ବ୍ରାହ୍ମଣଙ୍କ ସହିତ ମିତ୍ରତା ସ୍ଥାପନ ହେବ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅନ୍ୟକୁ ଶାନ୍ତ୍ବନା ଦେଇ ବୋଧ କରିପାରନ୍ତି। ରାଜ୍ୟପୂଜ୍ୟ ଓ ଭ୍ରାତୃସ୍ନେହୀ ହେବେ।

ବୃଷ : କୃଷିକର୍ମରୁ ଧନପ୍ରାପ୍ତ ହେବେ। ସତ୍‌କର୍ମରେ ପ୍ରଶଂସାର ପାତ୍ର ହେବେ। ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ଲାଭ ହୋଇପାରେ। ବିବିଧ ଉପାୟରେ ଧନ ଅର୍ଜନ କରିବେ।

ମିଥୁନ :  ବିନୟୀ ସ୍ବଭାବ ସମ୍ପନ୍ନ ହେବେ। ପ୍ରୀତିଲାଭର ସୂଚନା ମିଳୁଛି। ହାସ୍ୟରସରେ ଉଦ୍‌ବୁଦ୍ଧ ହେବେ। ସଂଗୀତ ପ୍ରିୟ ହେବେ। ଦାନୀ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ।

କର୍କଟ : ଦ୍ବିଜମାନଙ୍କ ପ୍ରୀତ୍ୟାର୍ଥେ ଓ ଦେବଦେବୀଙ୍କ ପୂଜାରେ ଧନ ବ୍ୟୟ କରିପାରନ୍ତି। ଯଜ୍ଞାଦି ଧର୍ମକ୍ରିୟାରେ ନିଜକୁ ସାମିଲ କରିବେ। ସାଧୁମାନଙ୍କ ପ୍ରଶଂସାର ପାତ୍ର ହେବେ। ଯୁଦ୍ଧ, ଯାତ୍ରା ଶୁଭପ୍ରଦ ହେବ।

ସିଂହ : ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ବୁଦ୍ଧି, ବିଦ୍ୟା, ଜ୍ଞାନ, ଗରିମାଯୁକ୍ତ ହୋଇପାରନ୍ତି। ଆଭା, ପ୍ରଭା, ପ୍ରୀତିଭାର ଅଧିକାରୀ ହେବେ। ଧନ ଅର୍ଜନ ପାରଙ୍ଗମ ହେବେ। ସରକାରଙ୍କ କୃପାପାତ୍ର ହେବେ।

କନ୍ୟା : ବାସଭବନ ସ୍ବାସ୍ଥ୍ୟପ୍ରଦ ହେବ। ବାଣିଜ୍ୟ କାରବାର ତ୍ବରାନ୍ବିତ ହୋଇପାରେ। ଦାନ, ଧ୍ୟାନରେ ମନୋନିବେଶ କରିବେ। ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ସଦ୍‌ଗୁଣ ସମ୍ପନ୍ନ ହେବେ। ପାରିବାରିକ ପ୍ରୀତି ରହିବ।

ତୁଳା :  ଧର୍ମକ୍ରିୟାରତ ହୋଇପାରନ୍ତି। ପୁଣ୍ୟକର୍ମା ବ୍ୟକ୍ତିଭାବେ ପୂଜ୍ୟ ହେବେ। ଗୁଣର ପ୍ରସାର ଘଟାଇ ପାରନ୍ତି। ବିବେକାନୁମୋଦିତ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। କ୍ଷମତା ଆପଣାଛାଏଁ ହାତକୁ ଆସିବ।

ବିଛା :  ଧର୍ମା-ଧର୍ମର ମାର୍ଗ ବାଛି ନେଇପାରନ୍ତି। ପ୍ରଶଂସନୀୟ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସର୍ବଦର୍ଶୀ ହୋଇପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ବାଣିଜ୍ୟ କାରବାର ତ୍ବରାନ୍ବିତ ହେବ।

ଧନୁ : ଅନ୍ତର୍ନିହତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।

ମକର :  ବନ୍ଧୁବତ୍ସଳ ହୋଇପାରନ୍ତି । ବିଦ୍ୟା ଅର୍ଜନ କରି ଚରିତ୍ରବାନ୍‌ ହେବେ। ପାପ, ତାପ ହରଣକାରୀ ଓ ମଙ୍ଗଳଦାୟକ ହୋଇପାରନ୍ତି। ଶତ୍ରୁ ଦମନ କରିବାର କଳା, କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ।

କୁମ୍ଭ : ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ପରାମର୍ଶ ଗ୍ରହଣଯୋଗ୍ୟ ହେବ।

ମୀନ :  କେବଳ ପରିଧାନ ନୁହେଁ, କର୍ମ ଆପଣଙ୍କ ପରିଚୟ ସୃଷ୍ଟି କରିବ। ଗୁଣର ପ୍ରସାର ଘଟାଇ ପାରନ୍ତି। କୃଷି କର୍ମରୁ ଲାଭବାନ୍‌ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ। ଶାଶ୍ବତ ପ୍ରେମର ସନ୍ଧାନ ମିଳିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories