www.samajalive.in
Saturday, December 6, 2025
14.1 C
Bhubaneswar

୧୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ମୌସୁମି ଟ୍ରଫଲାଇନ ଏବେ ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ମଧ୍ୟରେ ସକ୍ରିୟ ଥିବାବେଳେ ଆସନ୍ତା ୪୮ଘଣ୍ଟା ଧରି ଏହା ସ୍ଥିର ରହିବାର ସମ୍ଭାବନା ରହିଛି। ତେବେ ପଶ୍ଚିମା ପବନ ପ୍ରବାହରେ ପରବର୍ତ୍ତୀ ୨୪ଘଣ୍ଟାରେ ପାଗରେ ପରିବର୍ତ୍ତନ ଘଟିବାର ସୂଚନା ରହିଛି। ପଶ୍ଚିମବଙ୍ଗରୁ ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ଥିବାରୁ ଏସବୁର ପ୍ରଭାବରେ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ସହିତ ଆସନ୍ତା ୧୮ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବ। ତେବେ ଘୂର୍ଣ୍ଣିବଳୟ କାରଣରୁ ଆସନ୍ତା ୧୬ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୧୭ରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣା ପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories