www.samajalive.in
Sunday, December 14, 2025
23.1 C
Bhubaneswar

ଭାରତୀୟ ନୂତନ ଜାତୀୟ ଶିକ୍ଷାନୀତି ଶୀର୍ଷକ ସଂକୁଳସ୍ତରୀୟ ପ୍ରଶିକ୍ଷଣ

ବାଙ୍କୀ: ଆଦର୍ଶ ବୌଦ୍ଧିକ ଶିକ୍ଷକ ପରିବେଶ, ବୌଦ୍ଧିକ ଶିକ୍ଷା ପଦ୍ଧତି, ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଭାରତୀୟ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାଙ୍କୀ ସଂକୁଳ ସ୍ତରୀୟ ପ୍ରଶିକ୍ଷଣ ଶନିବାର ଦିନ ଆରମ୍ଭ ହୋଇ ରବିବାର ଅପରାହ୍ନରେ ଉଦ୍ଦ୍‍ଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ବାଙ୍କୀ ସଂକୁଳ ଅଧିନ ବାଙ୍କୀ, ତୂଳସୀପୁର, ପଥୁରୀପଡା, ବ୍ରହ୍ମପୁରା, ନିସ୍ତିପୁର ଓ ଗୟଳବାଙ୍କ ପ୍ରମୁଖ ୬ଟି ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମା ଏବଂ ପ୍ରଧାନ ଆଚାର୍ଯ୍ୟମାନେ ଏହି ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

ବାଙ୍କୀ ସଂକୁଳ ପ୍ରମୁଖ ଧରଣୀଦର ସାହୁ, ସଭାପତି ରଞ୍ଜନ କୁମାର ସାମନ୍ତରାୟ, ପ୍ରଧାନ ଆଚାର୍ଯ୍ୟ ନରେଶ କୁମାର ମନ୍ତ୍ରୀ ପ୍ରମୁଖ ବିଶିଷ୍ଠ ଅତିଥି ଭାବରେ ଉଦ୍ଦ୍‍ଘାଟନୀ ଭାଷଣ ଏବଂ ପ୍ରଶିକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶିକ୍ଷକ ବମଳ କୁମାର ରାଉତ, ଅରୂପ ପୃଷ୍ଟି, ଅକ୍ଷୟ କୁମାର ବେହେରା, ସାଗର ଜେନା,ସ୍ୱର୍ଣ୍ଣପ୍ରଭା ମହାପାତ୍ର ଏବଂ ସଞ୍ଜୟ କୁମାର ଜେନା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜାତୀୟ ଶିକ୍ଷାନୀତିର ମୌଳିକ ଶବ୍ଦ, ଧନ୍ଦାମୂଳକ ଶିକ୍ଷା, କଳା କୌଶଳ ଶିକ୍ଷା, ଜୀବନ କୌଶଳ, କ୍ରୀଡା ଆଧାରିତ ଶିକ୍ଷା, ଭାରତୀୟ ଶିକ୍ଷା ମନୋବିଜ୍ଞାନ ଓ ଭାରତ ଦର୍ଶନ ସମ୍ପର୍କରେ ମୌଳିକ ତଥ୍ୟ ଓ ଅଭ୍ୟାସ ଧାରା ଆଲୋଚନା କରାଯାଇଛି। ଉଦଯାପନୀ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ତାପସ କୁମାର ଦାସ ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରଶିକ୍ଷାର୍ଥି ମାନଙ୍କୁ ପ୍ରଶିକ୍ଷଣର ଅଭିଜ୍ଞତା ଓ ବୌଦ୍ଧିକ ଶିକ୍ଷା ଆହାରଣର ଉପାଦେୟତାର ଆବଶ୍ୟକତାକୁ ଆଲୋକପାତ କରି ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରଶିକ୍ଷଣରେ ୬ଟି ବିଦ୍ୟାଳୟର ଅନ୍ୟୁନ ୯୦ଜଣ ଶିବିରାର୍ଥୀ ଯୋଗଦାନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories