www.samajalive.in
Friday, December 12, 2025
14.1 C
Bhubaneswar

ହନୁମାନ ମନ୍ଦିରରୁ ଦାନବାକ୍ସ ଚୋରି

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଲାରାସରା ପଞ୍ଚାୟତର  ଖଇରପାଲି  ଗ୍ରାମରେ ରହିଥିବା ବହୁ ପୁରାତନ ହନୁମାନ ମନ୍ଦିରରୁ  ବିଳମ୍ୱିତ ରାତ୍ରୀରେ ଚୋର ମାନେ  ଗେଟ ଭାଙ୍ଗି ଦାନବାକ୍ସ ନେଇ ଚଂପଟ ମାରିଛନ୍ତି । ପ୍ରତିଦିନ ମନ୍ଦିରରେ ଲାଗିଥିବା ମାଇକରୁ ଭଜନ ଓ ଆରତୀ ଗୀତ ବାଜେ, ଗ୍ରାମର ଜଣେ  ବ୍ୟକ୍ତି ପ୍ରତିଦିନ ଏହି ମାଇକ ବଜାଇବା କାମ କରନ୍ତି । ତେଣୁ ସେ ଆଜି ସକାଳେ ଯେତେବେଳେ ମାଇକ ବଜାଇବା ପାଇଁ ମନ୍ଦିରକୁ ଗଲେ ,ମନ୍ଦିରର ତାଲା ଭାଙ୍ଗି ପଡିଥିବା ଓ ଦାନବାକ୍ସ ଗାୟବ ହୋଇଥିବା ସେ ଦେଖିବାକୁ ପାଇଥିଲେ। ଏହି ଖବରଟି ସେ ଗ୍ରାମବାସୀଙ୍କୁ ଦେବା ପରେ ସମସ୍ତେ ଆସି ଦେଖିଥିଲେ। ଏହା ପରେ ଅତାବିରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ  ଥାନା ଅଧିକାରୀ ଅନିଲ ପ୍ରଧାନ ଏ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅତାବିରା ଅଞ୍ଚଳରେ ଛୋଟରୁ ବଡ଼ ଧରଣର ଅନେକ ପ୍ରକାର ଚୋରି ସାଙ୍ଗକୁ ଅତାବିରା ଦୁର୍ଗା ମନ୍ଦିରର ଚୋରି, ସରଣ୍ଡା ବିଶ୍ୱେଶ୍ଵର୍ ବାବା ମନ୍ଦିର ଚୋରି, ରେଙ୍ଗାଲି କ୍ୟାମ୍ପ  ହନୁମାନ ମନ୍ଦିର ଚୋରି, ଭାଲୁ ପତ୍ରା ମନ୍ଦିର ଚୋରି ଆଦି ଅନେକ ଘଟଣା ଘଟିଥିଲେ ମଧ୍ୟ ଗୋଟିଏ ମଧ୍ୟ ମାମଲାର ପର୍ଦାଫାସ ହୋଇ ପାରି ନାହିଁ କି ଚୋର ଧରା ପଡ଼ି ନାହାନ୍ତି । ତେଣୁ ପୁଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories