www.samajalive.in
Friday, December 12, 2025
14.1 C
Bhubaneswar

ଧାନଖଳାରେ ଶୋଇଥିବା ଯୁବକଙ୍କୁ କଚାଡି ଦେଲା ହାତୀ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅର୍ନ୍ତଗତ କଦମଗୁଡା ଗ୍ରାମପଞ୍ଚାୟତରେ ଘଟିଛି ଏକ ଅଘଟଣ। ନିଜ ଘର ପାଖ ଧାନଖଳାରେ ଧାନ ଜଗି ଶୋଇଥିବା ବେଳେ ଜଙ୍ଗଲି ହାତୀଙ୍କ ଅତର୍କିତ ଆକ୍ରମଣର ଶୀକାର ହୋଇଛନ୍ତି ଜଣେ ଯୁବକ। ଏହି ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାଇ ଖିକସାଭଟ୍ଟା ଗାଁର ଭୁବନ ଗଉଡ ନାମକ ଜଣେ ଯୁବକ ତାଙ୍କ ବାପାଙ୍କ ସହିତ ଘର ନିକଟରେ ଥିବା ଧାନଖଳାରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ପଲ୍ଲ ଧାନଖଳାକୁ ପଶି ଆସିବା ସହିତ ଖଳାରେ ଶୋଇଥିବା ଭୁବନଙ୍କୁ ଶୁଣ୍ଡରେ ଟେକି କଚାଡି ଦେଇଥିଲା।

 

- Advertisement -

ଏଥିରେ ଭୁବନ ଗୁରୁତର ଆହତ ହୋଇଥିବା ବେଳେ ଉଭୟ ବାପା ପୁଅଙ୍କ ଚିତ୍କାର ଶୁଣି ହାତୀପଲ୍ଲ ଜଙ୍ଗଲ ଆଡକୁ ଚାଲିଯାଇଥିଲେ। ଏ ସଂପର୍କରେ ଖବର ପାଇ ଏଲିଫେଣ୍ଟ ସ୍କ୍ୱାର୍ଡର କର୍ମଚାରୀ ମାନେ ଓ ଜଙ୍ଗଲ ବିଭାଗର କର୍ମକର୍ତ୍ତା ଗୁରୁତର ଆହତ ଭୁବନକୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ବର୍ତ୍ତମାନ ଭୁବନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories