www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରତାରଣା ଅଭିଯୋଗରେ ପ୍ରେମିକ ଗିରଫ

ପିପିଲି : ପିପିଲି ଥାନା ଅଞ୍ଚଳର ଜଣେ ୨୧ ବର୍ଷିୟା ଯୁବତୀଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରିବା ପରେ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖି ବ୍ଳାକ୍‍ମେଲିଂ କରିବା ଅଭିଯୋଗରେ ପିପିଲି ପୁଲିସ ଆଜି ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ନବରତ୍ନପୁର ଗ୍ରାମର ଅଭିଯୁକ୍ତ ଆକାଶ ପ୍ରଧାନ(୨୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ସାମାଜିକ ଗଣମାଧ୍ୟମ ଦ୍ୱାରା ପିପିଲି ଥାନା ଅଞ୍ଚଳର ଏହି ୨୧ ବର୍ଷିୟା ଯୁବତୀଙ୍କ ସହ ଅଭିଯୁକ୍ତର ପ୍ରେମ ସଂପର୍କରେ ଗଢି ଉଠିଥିଲା। ଗତ ୨୦୨୦ ମସିହା ନଭେମ୍ବର ୧୫ ତାରିଖରେ ବ୍ରହ୍ମପୁର ଅଞ୍ଚଳର ଏକ ହୋଟେଲ୍‍ ମଧ୍ୟରେ ଯୁବତୀକୁ ନିଶା ଔଷଧ ଦେଇ ଅଭିଯୁକ୍ତ ଆକାଶ ତାଙ୍କ ସହିତ ଶାରିରୀକ ସଂପର୍କ ରଖିଥିଲା। ପରେ ଯୁବତୀଙ୍କୁ ବ୍ଲାକମେଲିଂ କରି ଅଭିଯୁକ୍ତ ତାଙ୍କ ଠାରୁ ୭୦ ହଜାର ଟଙ୍କା ନେଇଥିଲା । ଯୁବତୀ ଜଣକ ଟଙ୍କା ଫେରସ୍ତ ମାଗିବାରୁ ଅଭିଯୁକ୍ତ ଉକ୍ତ ଯୁବତୀଙ୍କ ଅଶ୍ଳିଳ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲା। ବିବାହ କରିବାକୁ ପ୍ରତିଶୃତି ଦେଇ ଅଭିଯୁକ୍ତ ତାଙ୍କୁ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଗତ ଅଗଷ୍ଟ ମାସ ୩୦ ତାରିଖରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଆକାଶ ଫେରାର ରହିଥିଲା । ଆଇଆଇସି ଅଭିମନ୍ୟୁ ନାୟକ ମାମଲାର ତଦନ୍ତ କରିବା ସହ ଆକାଶକୁ ଗତକାଲି ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories