www.samajalive.in
Sunday, December 7, 2025
26.1 C
Bhubaneswar

ଆସିଲା ଚାରିଚକିଆ ସ୍କୁଟର

ନୂଆଦିଲ୍ଲୀ : ସ୍କୁଟର ପ୍ରେମୀ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦୁଇ ଚକା ବିଶିଷ୍ଟ ମଟୋରସାଇକେଲ ବିଷୟରେ ସମସ୍ତେ ଅବଗତ ଅଛନ୍ତି। କିନ୍ତୁ, ଆଜି ଚାରିଚକିଆ ସ୍କୁଟର ବଜାରକୁ ଆସିଛି। କ୍ୱାଡ୍ରା କୁଡର ନାମକ ଏହି ସ୍କୁଟର ଅନ୍ତର୍ଜାତୀୟ ବଜାର ପ୍ରବେଶ କରିଛି। ଏହା ଦେଖିବାକୁ ବହୁତ ଆକର୍ଷଣୀୟ ରହିଛି। ଏଥିରେ ବ୍ୟବହାର କରାଯାଇଥିବା ଜ୍ଞାନକୌଶଳକୁ ନେଇ ସମସ୍ତେ ଚକ୍କିତ ହୋଇଛନ୍ତି।
ସୁଇଜରଲ୍ୟାଣ୍ଡର ଏକ କମ୍ପାନୀ କ୍ୱାଡ୍ରା ଏହାର ନିର୍ମାଣ କରିଛନ୍ତି। ସ୍କୁଟରରେ ଥିବା କିଛି ଚକ ଉଚ୍ଚ ସ୍ଥାନରେ ଥିବା ସମୟରେ ଆଉ କିଛି ଚକ ତଳକୁ ରହିଛି। ସେଥିପାଇଁ ସ୍କୁଟରଟି ନିଜର ଭାରସାମ୍ୟ ରକ୍ଷା କରିପାରୁଛି। ଏହି ସ୍କୁଟରକୁ ଲୁସିଆ ମାରବର୍ସ ଦ୍ୱାରା ଡିଜାଇନ କରାଯାଇଛି। ଅତି ସହଜରେ ଲୋକମାନେ ଏହାକୁ ଚଳାଇପାରିବା ହିଁ ଏହି ସ୍କୁଟରର ବିଶେଷତା। ଏହି ସ୍କୁଟରରେ ୩୯୯ସିସି ଇଞ୍ଜିନ, ୪ ଷ୍ଟ୍ରୋକ ଇଞ୍ଜିନ, ସ୍ୱଂଚାଳିତ ସିବିଟି ଗିୟରବକ୍ସ ରହିଛି। କଳା, ଟାଇଟେନିୟମ ଗ୍ରେ, ସ୍ୱିସ୍‍ ଲାଲ ଆଦି ରଙ୍ଗରେ ଏହା ବଜାରରେ ଉପଲବ୍ଧ ରହିବ। ଏହାର ମୁଲ୍ୟ ୯.୨୫ ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ ଏହାର ପ୍ରବେଶକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories