www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ପରିବା

ସବୁଜ ପନିପରିବାରେ ଥିବା ଭିଟାମିନ ହାଡ଼ ଓ ତ୍ୱଚା ପାଇଁ ଉପକାରୀ। ନିୟମିତ ସବୁଜ ପନିପରିବା ଖାଇବା ଦ୍ୱାରା ବୃକକ୍‍ ସଫା ଓ ସୁସ୍ଥ ରହେ। ଏହା ସହ ବୃକକ୍‍ ରେ ପଥର ( ଷ୍ଟୋନ୍‍ ) ସମସ୍ୟା ଦୂର ହୋଇଥାଏ। ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସବୁଜ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏହା ହାଡ଼କୁ ଶକ୍ତ କରିଥାଏ।
ସପ୍ତାହକୁ ୩ ରୁ ୪ ଥର ପାଳଙ୍ଗ ଶାଗ, ମୂଳା, ମୂଳା ଶାଗ, ସୋରିଷ , ମେଥି ଶାଗ ଖାଆନ୍ତୁ।
ବିଶେଷଜ୍ଞଙ୍କ ମତରେ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇଲେ ଏହା କର୍କଟ ରୋଗରୁ ରକ୍ଷା କରେ। ପନିପରିବାରେ ମିନେରାଲ୍ସ, ଫାଇବର, ଆଇରନ, କ୍ୟାଲସିୟମ ଆଦି ରହିଥିବାରୁ ଏହା ଶରୀରକୁ ବହୁ ରୋଗରୁ ରକ୍ଷା କରେ।
ଜାଣନ୍ତୁ ଶରୀର ପାଇଁ ବାଇଗଣ କିଭଳି ଲାଭଦାୟକ……
ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ମିଶାଇ ପିଇଲେ ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
ବାଇଗଣ ଚଟଣିରେ ଏକ ଚାମଚ ମହୁ ମିଶାଇ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ।
ବାଇଗଣ ପୋଡ଼ାକୁ ଖାଇବା ଦ୍ୱାରା କାଶ ସମସ୍ୟା ଦୂର ହୋଇଥାଏ।
ମଧୁମେହ ରୋଗୀ ନିୟମିତ ବାଇଗଣ ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ।
ନିୟମିତ ବାଇଗଣ ଖାଇବା ଦ୍ୱାରା ହୃଦ ରୋଗରୁ ରକ୍ଷା ମିଳିଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories