ଦୁର୍ଘଟଣା ପ୍ରବଣ ୫୭ନଂ ଜାତୀୟ ରାଜପଥ ; ୫ବର୍ଷରେ ୧୭୦ ଦୁର୍ଘଟଣା;୫୫ମୃତ,୨୧୬ଆହାତ

ହେଉନି ଡେଥ୍ ଯୋନ ଚିହ୍ନଟ କି ବ୍ରେକର୍ ନିର୍ମାଣ

ହରଭଙ୍ଗା : ଆଉମାତ୍ର ଦିନ କେଇଟା ପରେ ସମସ୍ତେ ପୁରୁଣା ବର୍ଷ-୨୦୨୧କୁ ବିଦାୟ ଦେଇ (ନୂଆ ବର୍ଷ ୨୦୨୨)କୁ ହସଉଲ୍ଲାସରେ ସମସ୍ତେ ପାଳନ କରିବାକୁ ଚାହିଁବସିଛନ୍ତି। କରୋନା ମହାମାରୀ ଯୋଗୁଁ ୨୦୨୧ ମସିହା ମଧ୍ୟ ସମସ୍ତଙ୍କ ପାଇଁ ବେଶ୍ ଦୁଃଖଦପୂର୍ଣ୍ଣ ବର୍ଷ ହୋଇରହିଛି। କରୋନା ପ୍ରଭାବରେ ସପ୍ତାହନ୍ତ ସଟଡାଉନ ଏବଂ ଲକଡାଉନ ଯୋଗୁଁ ଜୀବନଯାତ୍ରା ଦୀର୍ଘ ୪ରୁ୫ମାସ ସଂପୂର୍ଣ୍ଣ ମାତ୍ରାରେ ପ୍ରଭାବିତ ହୋଇଥିଲା। ଯାହାଫଳରେ ଗାଡିଚଳାଚଳ ବନ୍ଦ ଯୋଗୁଁ ସଡକ ଦୁର୍ଘଟଣାରେ ହ୍ରାସ ଘଟିଛି। ମାତ୍ର ଚଳିତବର୍ଷ ଜୁଲାଇରୁ ସ୍ୱାଭାବିକ ଭାବେ ଗାଡି ଚଳାଚଳ ପରେ ଦୀର୍ଘ ୬ ମାସ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ବାର୍ଷୀକ ଆକଳନଠାରୁ ବେଶ୍ ଅଧିକ ହୋଇଥିବା ରିପୋର୍ଟରୁ ଜଣାପଡିଛି।
ପ୍ରକାଶ ଯେ ବୌଦ୍ଧ ଭଳି ପଛୁଆ ଜିଲ୍ଲାର ବିକାଶ ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଗୁରୁତ୍ୱବହନ କରୁଥିବାବେଳେ ଏହାର ଉନ୍ନତିକରଣ ନିତ୍ୟାନ୍ତ ଆବଶ୍ୟକ ରହିଥିଲା।ଏହି ଦୃଷ୍ଟିକୌଣରୁ ଖୋର୍ଦ୍ଧା ଠାରୁ ନୟାଗଡ,ଦଶପଲ୍ଲା-ମାଧପୁର-ଚାରିଛକ-ପୁରୁଣାକଟକ-ବୌଦ୍ଧ ଦେଇ ବଲାଙ୍ଗୀର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୫୭ନଂ ଜାତୀୟ ରାଜପଥର ଉନ୍ନତିକରଣ ଫଳରେ ଜିଲ୍ଲାର ବିକାଶ ମାନଚିତ୍ର ଅଧିକାଂଶରେ ପରିବର୍ତନ ଘଟିଛି।
ଜାତୀୟ ରାଜପଥର ସଂଯୋଗୀକରଣ ଯୋଗୁଁ ବହୁବର୍ଷଧରି ପଡିରହିଥିବା ପୁରୁଣା ରାସ୍ତାର ଦୋହରୀକରଣ କରାଯାଇ ପ୍ରଶସ୍ତ ରାସ୍ତା ନିର୍ମାଣ ଫଳରେ ଏହି ଜାତୀୟ ରାଜପଥର ଗୁରୁତ୍ୱ ବୃଦ୍ଧି ସାଙ୍ଗକୁ ବହୁସଂଖ୍ୟାରେ ଯାନବାହାନ ଚଳାଚଳ ମଧ୍ୟ ବୃଦ୍ଧି ପାଇଛି। ଜିଲ୍ଲାର ବିକାଶ ନିମନ୍ତେ ଯାତାୟତ ସୁବିଧା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଜାତୀୟ ରାଜପଥ ଉପରେ ରହିଥିବା ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁର,ଆଡେଣିଗଡ,ଚାରିଛକ,ପୁରୁଣାକଟକ ଭଳି ଜନଗହଳୀପୂର୍ଣ୍ଣ ବଜାର ଗୁଡିକର ଚାହିଦା ବେଶ ବୃଦ୍ଧିପାଇଛି ।
ପାଂଚ ବର୍ଷ ମଧ୍ୟରେ ଯାନବାହାନ ସଂଖ୍ୟା ଆଶାଠାରୁ ଅଧିକ ଯୋଗୁଁ ପ୍ରତିଦିନ ଜାତୀୟ ରାଜପଥରେ ଛୋଟବଡ ସଡକ ଦୁର୍ଘଟଣା ଘଟୁଥିବା ଦେଖାଇଯାଇଛି। ସେହି ଅନୁସାରେ ଚାରିଛକ,ପୁରୁଣାକଟକ ଭଳି ଜନଗହଳୀପୂର୍ଣ୍ଣ ସ୍ଥାନଗୁଡିକରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ମିଳିଥିବା ରିପୋର୍ଟ ଅନୁସାରେ ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଏରିଆରେ ୨୦୧୭ ମସିହାରେ ଜାତୀୟ ରାଜପଥରେ ସମୁଦାୟ ୩୬ଟି ଛୋଟବଡ ସଡକ ଦୁର୍ଘଟଣାରେ ୧୪ଜଣ ପ୍ରାଣ ହରାଇଥିବାବେଳେ ୨୩ଜଣ ଆହାତ ହୋଇଥିବା ଜଣାପଡିଛି। ସେହିପରି ୩୦ ଡିସେମ୍ବର ୨୦୧୮ ସୁଦ୍ଧା ଏହି ଜାତୀୟ ରାଜପଥରେ ସମୁଦାୟ ୪୭ଟି ଛୋଟବଡ ସଡକ ଦୁର୍ଘଟଣାରେ ୧୨ଜଣ ପ୍ରାଣ ହରାଇଥିବାବେଳେ ୯୦ଜଣ ଆହତ ହୋଇଥିବା ଜଣାପଡିଛି। ସେହିପରି ୨୦୧୯ ଡିସେମ୍ବର ୩୦ ସୁଦ୍ଧା ୩୪ଟି ଛୋଟବଡସଡକ ଦୁର୍ଘଟଣାରେ ୧୧ଜଣ ପ୍ରାଣ ହରାଇଥିବାବେଳେ ୪୫ଜଣ ଆହାତ ହୋଇଥିବା ଜଣାପଡିଛି।
୨୦୨୦ ଡିସେମ୍ବର ୧୬ତାରିଖ ସୁଦ୍ଧା ୩୧ଟି ଦୁର୍ଘଟଣାରେ ୧୦ଜଣ ପ୍ରାଣ ହରାଇଥିବାବେଳେ ୨୧ଜଣ ଆହାତ ହୋଇଥିବା ଜଣାପଡିଛି। ସେହିପରି ୨୦୨୧ ଡିସେମ୍ବର ୧୪ତାରିଖ ସୁଦ୍ଧା ୨୨ଟି ଦୁର୍ଘଟଣାରେ ୦୮ଜଣ ପ୍ରାଣ ହରାଇଥିବାବେଳେ ୩୭ଜଣ ଆହାତ ହୋଇଥିବା ଜଣାପଡିଛି। ବିଶେଷକରି ଏହି ଥାନା ଅଧିନରେ ରହିଥିବା ଜାତୀୟ ରାଜପଥର ଆଡେଣିଗଡ,ପୁରୁଣାକଟକ ଏବଂ ଲୁଣିବାହାଲ ମଧ୍ୟରେ ଅଧିକାଂଶ ଦୁର୍ଘଟଣା ଘଟିଥିବା ରିପୋର୍ଟରୁ ଜଣାପଡିଛି। ବ୍ଲକର ସବୁଠାରୁ ଜନଗହଳିପୂର୍ଣ୍ଣ ପୁରୁଣାକଟକ ବଜାର ନିମନ୍ତେ ବାଏପାଶ ରାସ୍ତା ନିର୍ମାଣ ଜରୁରୀ ରହିଛି। ମାତ୍ର ଏଥିପ୍ରତି ଜାତୀୟ ରାଜପଥ ବିଭାଗର ଆନ୍ତରିକତା ଅଭାବ ଯୋଗୁଁ ବାଏପାଶ ନିର୍ମାଣ ଯୋଜନାରେ ସୀମିତ ରହିଛି ବୋଲି କୁହାଯାଉଛି। ଦୁର୍ଘଟଣା ପ୍ରବଣ ଜାତୀୟ ରାଜପଥର କରଡାକୋଠା,ରୋହଣୀ ବାଙ୍କ,କଖାରୁଫାଳ ଭଳି ବୁଲାଣି ରାସ୍ତାର ଦୁର୍ଘଟଣା ପ୍ରବଣ ଅଂଚଳରେ ବେକ୍ରର ନିର୍ମାଣ କରାଯାଉନାହିଁ କି ଦୁର୍ଘଟଣା ପ୍ରବଣ ଅଂଚଳଭାବେ ବଡ ବଡ ସାଇନବୋର୍ଡ ସୂଚନା ନ ଥିବାରୁ ବହୁ ସମୟରେ ଏହି ଏରିଆରେ ଅଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଇବା ସହ ପଥଚାରୀଙ୍କ ପାଇଁ ଏହା ମରଣଯନ୍ତା ପାଲଟିଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଜାତୀୟରାଜପଥ କତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।ଏ ସର୍ମ୍ପକରେ ବୌଦ୍ଧ ଆଚଂଳିକ ପରିବହନ ଅଧିକାରୀ ଅମେରଶ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲାରେ ୨୫ହଜାର ବାଇକ୍ ସହିତ ୬ହଜାରରୁ ଅଧିକ କାର ,ବୋଲେରୋ ଭଲି ଅନ୍ୟାନ୍ୟ ଚାରିଚକିଆଯାନ ପଞ୍ଜିକରଣ ହୋଇଛି।ମନମୁଣ୍ଡାରୁ ମାଧପୁର ପର୍ଯ୍ୟନ୍ତ ୨୨ଟି ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ସାଇନବୋର୍ଡ ଲଗାଯାଇଛି।ଯେଉଁଠି ସାଇନବୋର୍ଡ ନାହିଁ ସେଠି ସାଇନବୋର୍ଡ ଲଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ବୁଦ୍ଧିଜୀବିଙ୍କ ମତାମତ————
୧.ଆଶିଷ କୁମାର ସାହୁ –୫୭ନଂ ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଜାତୀୟ ରାଜପଥ ଦୁର୍ଘଟଣା ପ୍ରବଣ ସ୍ଥାନରେ ବ୍ରେକର ନିର୍ମାଣ କରୁନାହିଁ।ଅନ୍ୟପଟେ ଚାରିଛକ-ପୁରୁଣାକଟକରେ ଟ୍ରାଫିକ ବ୍ୟବସ୍ଥା ଜରୁରୀ ଥିବାବେଳେ ଏଥିପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ।
୨.ସୁରେନ ପ୍ରଧାନ-ଦିନକୁ ଦିନ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଛି।ସେହି ତୁଳନାରେ ୫୭ନଂ ଜାତୀୟ ରାଜପଥର ବୁଲାଣୀ ରାସ୍ତାରେ ରାଜପଥ କତୃପକ୍ଷଙ୍କ ପକ୍ଷରୁ କୌଣସି ଦୁର୍ଘଟଣା ସଂର୍ପକୀତ ପ୍ରାକ ସୂଚନା ଫଳକ କି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉନଥିବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି।
ପ୍ରତିବର୍ଷ ଜାନୁୟାରୀରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ—
୨୦୧୭-ମୃତ-୧୪,ଆହାତ-୨୩ ,ଦୁର୍ଘଟଣା-୩୬
୨୦୧୮-ମୃତ-୧୨,ଆହାତ-୯୦,ଦୁର୍ଘଟଣା-୪୭
୨୦୧୯-ମୃତ-୧୧,ଆହାତ-୪୫,ଦୁର୍ଘଟଣା-୩୪
୨୦୨୦-ମୃତ-୧୦,ଆହତ-୨୧,ଦୁର୍ଘଟଣା-୩୧
୨୦୨୧-ମୃତ୦୮,ଆହାତ-୩୭,ଦୁର୍ଘଟଣା-୨୨

 

 

 

Comments are closed.