www.samajalive.in
Saturday, December 6, 2025
15.1 C
Bhubaneswar

ବିଦ୍ୟୁତ ଚୋରି ଅଭିଯୋଗ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ରୁ ଥୁଆପାଲି ରାସ୍ତାରେ ରହିଛି ପତ୍ରାପାଳି ଛକ। ଏହି ଛକର ଅନତି ଦୂରରେ ରହିଛି ଖଲଖଳି ଟିକ୍ରା । ଏଠାରେ ରହୁଥିବା ପଡ଼ାବାସୀଙ୍କ ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏକ ଟ୍ରାନ୍ସଫର୍ମର ଲଗାଯାଇଛି। ଏହି ଟ୍ରାନ୍ସଫର୍ମର ରୁ ଏବେ କେନାଲ ବିଭାଗର ପୋଲ କାମ ପାଇଁ ବିଦ୍ୟୁତ ଚୋରି ହେଉଛି ବୋଲି ଅଭିଯୋଗ ହୋଇଛି। ଆର୍ଡି ରାସ୍ତାକୁ ଫଟାଇ ତାରକୁ ମାଟି ତଳେ ପୋତି ୨୦୦ମିଟର ଦୂର ପର୍ଯ୍ୟନ୍ତ ତାର ଲମ୍ବାଯାଇ ବିଦ୍ୟୁତ ଦିଆଯାଇଛି କେନାଲ ବିଭାଗକୁ। କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଯେ ଏହି ବିଦ୍ୟୁତ କେମିତି ଦିଆଯାଇଛି ବିଦ୍ୟୁତ୍ ବିଭାଗର କୌଣସି କର୍ମଚାରୀ ଙ୍କୁ ଜଣା ନାହିଁ।
ଏ ନେଇ ପତ୍ରାପାଲି ଅଧୀନରେ ଥିବା ରୋଏକ୍ସ ହେଲପର୍ ଦେବ କାଲସେ କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା ପ୍ରକାଶ କରିଥିଲେ ଓ ଯଦି ବିଦ୍ୟୁତ ଦିଆଯାଇଛି ତେବେ ତାକୁ ସେ କ।ଟିଦେବେ ବୋଲି କହିଥିଲେ।
ଲାଇନମେନ କହିଲେ,ସେ କିଛି ଜାଣିନାହାନ୍ତି ଏ ବିଷୟରେ। ଯଦି ବିଦ୍ୟୁତ ଦିଆଯାଇଛି ତା ହେଲେ ଅନଲାଇନ୍ ମାଧ୍ୟମରେ ହୋଇଥାଇପାରେ ଏବଂ ଏସ ଡି ଓ କିମ୍ବା ସେକ୍ସେନାଲ ଅଫିସର ଜାଣିଥିବେ । ତେବେ ଅନଲାଇନ ମାଧ୍ୟମରେ କିପରି ଘରେ ବସି ମାଟି ଖୋଲି ହୁଏ ? ଏହାର ସତ୍ୟତା ଜାଣିବା ପାଇଁ ରେଙ୍ଗାଲି କ୍ୟାମ୍ପ ସେକ୍ସନ ଅଫିସର ଜେ,ଇ ଙ୍କୁପଚାରିବାରୁ ,ସେ ମଧ୍ୟ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ଆଉ ଯଦି ଲାଇନ୍ ଚୋରି ହୋଇଛି ତେବେ,ତାକୁ ପେନାଲ୍ଟି କରି ଫାଇନ କରିବା ତା ଉପରେ ଏକ୍ସନ୍ ନେବା ବୋଲି ପ୍ରକାଶ କରିଥିଲେ।
ପ୍ରକାଶ ଥାଉକି କିଛି ମାସ ତଳେ ରେଙ୍ଗାଲିକେମ୍ପ କେନାଲ କଲୋନୀରେ କେନାଲ ବିଭାଗର କିଛି କର୍ମଚାରୀ ଅନୈତିକ ଭାବରେ ବିଦ୍ୟୁତ୍ ବ୍ୟବହାର କରିଆସୁଥିଲେ। ଏବଂ କିଛି କର୍ମଚାରୀ ସେଥିରେ ସଂଶ୍ଳିଷ୍ଟ ରହିଥିଲେ ବୋଲି ଜଣାପଡିଥିଲା।ଏହି ଖବର ଗଣମାଧ୍ୟମକୁ ଆସିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଏକ ଦଳ ନେଇ କଲୋନୀ କୁ ପ୍ରବେଶ କରି ଫାଇନ ଆଦାୟ କରିବା ସହ ଲାଇନ୍ ସଂଯୋଗ କଟାଯାଇଥିଲା । ତେବେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ,ଠିକାଦାରଙ୍କ ମିଳିତରେଏମିତି ବିଦ୍ୟୁତ୍ ଚୋରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଲାଦେରପାଲିରେ ଏକ ଘର ଉପରୁ ଯାଇଥିବା ୧୧ କେ ବି ତାରକୁ ବିନା ଅନୁମତିରେ ସ୍ଥାନାନ୍ତର କରାଯାଇଥିବା ନଜର ରହିଛି । ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories