ଥାନାରେ ଅଟକ ଯୁବକଙ୍କ ମାଡ଼ରେ ଗୁରୁତର ପୁଲିସର ମୃତ୍ୟୁ

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିନ୍ଦ ଜିଲାର ଏକ ଥାନାରେ ଅଟକ ଥିବା ଯୁବକଙ୍କ ଆକ୍ରମଣରେ ଗୁରୁତର ଥିବା ଜଣେ ପୁଲିସ ଅଧିକାରୀଙ୍କ ବୁଧବାର ସକାଳେ ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଥାନାରେ ଲାଗିଥିବା ସିସି ଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିଲା। ମାମଲାରେ ଅଟକ ଥିବା ଜଣେ ଯୁବକ ଏକ ବାଡ଼ିରେ ଦୁଇ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରୁଥିବା ଦୃଶ୍ୟ ଫୁଟେଜରେ ଦୃଶ୍ୟମାନ ହୋଇଥିଲା। ଯୁବକଜଣକ ପଛପଟୁ ଉଭୟ ପୁଲିସ କର୍ମୀଙ୍କୁ ଅକ୍ରମଣ କରିଥିଲେ। ପରେ ଉଭୟ ପୁଲିସ ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୁଲିସ ଅଧିକାରୀ ବୁଧବାର ପ୍ରାଣ ହରାଇଛନ୍ତି।

Leave A Reply