www.samajalive.in
Monday, December 15, 2025
15.1 C
Bhubaneswar

ଗୋ-ଖାଦ୍ୟ ଦୁର୍ନୀତି ୪ର୍ଥ ପର୍ଯ୍ୟାୟ ମାମଲା: ଲାଲୁଙ୍କ ସମେତ ୧୯ ଦୋଷୀ; ୧୨ଜଣ ନିର୍ଦୋଷରେ ଖଲାସ

ପାଟନା: ବିହାର ଗୋ-ଖାଦ୍ୟ ଦୁର୍ନୀତିର ୪ର୍ଥ ପର୍ଯ୍ୟାୟ ମାମଲାର ଶୁଣାଣିର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ରାଞ୍ଚି ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଦୁମକା କୋଷାଗାରରେ ହୋଇଥିବା ଦୁର୍ନୀତି ମାମଲାରେ ବିହାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସମେତ ୧୨ଜଣଙ୍କୁ ନିର୍ଦୋଷରେ ଖଲାସ କରି ଦେଇଥିବାବେଳେ ଲାଲୁ ପ୍ରସାଦଙ୍କ ସମେତ ୧୯ଜଣଙ୍କୁ ଦୋଷୀ ବୋଲି ଦର୍ଶାଇଛନ୍ତି।

କୋର୍ଟ ଆଗାମୀ ୨୧, ୨୨ ଓ ୨୩ତାରିଖରେ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶର ଘୋଷଣା କରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ୨୨ତାରିଖ ଦିନ କେବଳ ଲାଲୁଙ୍କ ଦଣ୍ଡାଦେଶ ଉପରେ ଶୁଣାଣି ହେବାର ସମ୍ଭାବନା ରହିଛି। ଏହି ମାମଲାରେ ଲାଲୁଙ୍କ ସମେତ ଅଜିତ କୁମାର ବର୍ମା, ଆନନ୍ଦ କୁମାର ସିଂହ, ନନ୍ଦ କିଶୋର, ମହେନ୍ଦ୍ର ସିଂହ ବେଦୀ, ରାଜ କୁମାର, ରାଜା ରାମ, ରଘୁନନ୍ଦନ ପ୍ରସାଦ, ରାଜେନ୍ଦ୍ର କୁମାର ଓ ସରମେନ୍ଦ୍ର ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୁମକା କୋଷାଗାରରୁ ଲାଲୁ ଓ ତାଙ୍କ ସହଯୋଗୀ ୩.୧୩କୋଟି ଟଙ୍କା ବେଆଇନ ଭାବରେ ହଠପ୍‌ କରିଥିବା ଅଭିଯୋଗ ହୋଇଥିଲା।

- Advertisement -

ଆଗରୁ ଚାରା ଘୋଟଲାରେ ଅନ୍ୟମାମଲାରେ ଲାଲୁ ଦୋଷୀ ସାବସ୍ତ୍ୟ ହୋଇ ଜେଲରେ ରହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories