www.samajalive.in
Sunday, December 7, 2025
23.1 C
Bhubaneswar

ଅମଳ ସମୟରେ ବର୍ଷା,ବ୍ୟାପକ ଧାନ ଫସଲ ନଷ୍ଟ

ହରଭଙ୍ଗା : ବାତ୍ୟା ଜୱାଦ ପ୍ରଭାବରେ ଦୁଇଦିନ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି।ଅମଳ ସମୟରେ ଅଦିନିଆ ବର୍ଷା ପ୍ରଭାବରେ ଖରିଫ ଧାନ ଫସଲ ଅଧିକ ମାତ୍ରାରେ ନଷ୍ଟ ହୋଇଥିବା ଜଣାପଡିଛି।ଗତ ୪ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବୌଦ୍ଧଜିଲ୍ଲାରେ ୯୮ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି।
ପ୍ରକାଶ ଯେ ଚଳିତ ବର୍ଷ ଖରିଫ ଋତୁରେ ୫୩ହଜାର ୮୭୨ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା।ନଭେମ୍ବର ୩୦ ସୁଦ୍ଧା ଜିଲ୍ଲାର କଂଟାମାଳ,ବୌଦ୍ଧ ଏବଂ ହରଭଙ୍ଗା ବ୍ଲକରେ ମାତ୍ର ୩୫ ପ୍ରତିଶ୍ରତ ଧାନକଟା ସରିଥିଲା।

ଆହୁରି ୬୫ ପ୍ରତିଶ୍ରତ ଅର୍ଥାତ୍ ୩୫ହଜାର ହେକ୍ଟର ଜମିରେ ଧାନ ଫସଲ କଟା ବାକିରହିଥିଲା।ବର୍ଷା ଯୋଗୁଁ ଜିଲ୍ଲାରେ ୬ହଜାର୮୮୧ ହେକ୍ଟର ଜମିରେ ଧାନ ଗଛସବୁ ପାଣିରେ ବୁଡି ରହିଥିବା ଜଣାପଡିଛି।ସେଥିରୁ ୨ହଜାର୭୫୩ ହେକ୍ଟର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା କୃଷି ବିଭାଗ ଆକଳନ କରିଛି।ବିଶେଷକରି ଜିଲ୍ଲାର ହରଭଙ୍ଗା ବ୍ଲକରେ ୨ହଜାର୯୫ ହେକ୍ଟର ଧାନ ଗଛପାଣିରେ ବୁଡି ରହିଥିବାବେଳେ ସେଥିରୁ ୮୩୮ ହେକ୍ଟର ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବା ଆକଳନ କରାଯାଇଛି।ସେହିପରି ବୌଦ୍ଧ ବ୍ଲକର ୩ହଜାର୭୩୬ ହେକ୍ଟର ଧାନ ଗଛ ପାଣିରେ ବୁଡିଥିବାବେଳେ ସେଥିରୁ ୧୪୯୫ ହେକ୍ଟର ଏବଂ କଂଟାମାଳ ବ୍ଲକରେ ୧ହଜାର୫୦ ହେକ୍ଟର ଧାନ ଗଛ ପାଣିରେ ବୁଡିରହିଥିବାବେଳେ ୪୨୦ ହେକ୍ଟର ଜମିରେ ଧାନଗଛ ସମ୍ପୁର୍ଣ୍ଣ ନଷ୍ଟ ହେବା କୃଷି ବିଭାଗ ଆକଳନ କରିଛି।ଯାହାଫଳରେ ଜିଲ୍ଲାରେ ଧାନ ଅମଳ ଲକ୍ଷ୍ୟଧାର୍ଯ୍ୟ ଠାରୁ ହାରାହାରି ୨୦ପ୍ରତିଶ୍ରତ କମ ରହିବା ଆକଳନ କରାଯାଇଛି।ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ଜନିତ କ୍ଷୟକ୍ଷତି ବୀମାରାଶି ସହିତ ଆର୍ଥୀକ ସହାୟତା ଯୋଗଇଦେବାକୁ ଚାଷୀ ମହଲରୁ ଦାବୀ ଉଠୁଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories