www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟା ‘ଜୱାଦ’ ପ୍ରଭାବ: ପାଚିଲା ଧାନ ସମେତ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ

ପିପିଲି:ବାତ୍ୟା ‘ଜୱାଦ’ ଜନିତ ପ୍ରବଳ ବର୍ଷାରେ ପିପିଲି ଓ ଡେଲାଙ୍ଗ ବ୍ଲକର ହଜାର ହଜାର ହେକ୍ଟର ଚାଷଜମିରେ ପାଚିଲା ଧାନ ସମେତ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ଅପରାହ୍ନରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିବା ଫଳରେ ଅଧିକାଂଶ ଜମିରେ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ ପନିପରିବା ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଛି। ଫଳରେ ଚାଷୀମାନେ ସେମାନଙ୍କର ବର୍ଷକର ଆୟ ହରାଇଥିବା ବେଳେ ଏହା ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ନିର୍ବାଚନମଣ୍ଡଳୀର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରଙ୍କ ପକ୍ଷରୁ ଫସଲ କ୍ଷତିଜନିତ ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନିଶିକାନ୍ତ ମିଶ୍ର ଦାବି କରିଛନ୍ତି।
ସୋମବାର ପୂର୍ବାହ୍ନରେ ଶ୍ରୀମିଶ୍ର ପିପିଲି ଓ ଡେଲାଙ୍ଗ ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ।

 

- Advertisement -

ଅଧିକାଂଶ ଗରୀବ ଚାଷୀ ବିଭିନ୍ନ ସୂତ୍ରରୁ ଋଣ କରି ଧାନ ଓ ପନିପରିବା ଚାଷ କରିଥିବା ବେଳେ ଅମଳ ସମୟରେ ବାତ୍ୟାରେ ତାହା ଉଜୁଡି ଯାଇଛି। ଫଳରେ ସେମାନଙ୍କର ବର୍ଷକର ଆୟ ଚାଲିଯାଇଥିବା ସଂପର୍କରେ ଚାଷୀମାନେ ଶ୍ରୀମିଶ୍ରଙ୍କୁ କହିଥିଲେ। ଏ ସଂପର୍କରେ ଉଭୟ ବ୍ଳକର ତହସିଲଦାରଙ୍କ ସହ ଶ୍ରୀମିଶ୍ର ଆଲୋଚନା କରିଥିଲେ। ଫଣି’ ବାତ୍ୟାରେ କ୍ଷୟକ୍ଷତିର ତଦନ୍ତରେ ଯେପରି ବ୍ୟାପକ ଅନିୟମିତତା ଓ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବର ପୁନରାବୃତ୍ତି ନ ଘଟେ ସେଥିପ୍ରତି ସୁନିଶ୍ଚିତ କରିବାକୁ ସେ ଉଭୟ ତହସିଲଦାରଙ୍କ ଠାରେ ଦାବି କରିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଫସଲ କ୍ଷତିଜନିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଶ୍ରୀମିଶ୍ର ଦାବି କରିବା ସହ ଆଗାମୀ ଋତୁ ପାଇଁ ସେମାନଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଶ୍ରୀମିଶ୍ରଙ୍କ ସହ ଟୁଟୁ ପରିଡା, ବସନ୍ତ ପ୍ରଧାନ, ସୁରେନ୍ଦ୍ର ସେଠୀ, ଇନା ମହମ୍ମଦ ପ୍ରମୁଖ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories