ଢେଙ୍କିକୋଟ ଜାତୀୟ ରାଜପଥ ସେବା ମାର୍ଗ ଶୋଚନୀୟ
ପାଟଣା; ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଅଧାପନ୍ତରିଆ ଉପରପୋଲ ଏବଂ ଦୁଇ ପାର୍ଶ୍ବସେବା ମାର୍ଗ ( ସର୍ଭିସ୍ ରୋଡ)ର ଅବସ୍ଥା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିଛି। ଏଆରଏସ୍ଏସ୍ ନାମକ ଏକ ଠିକା ସଂସ୍ଥା ପକ୍ଷରୁ ଅଧାପନ୍ତରିଆ ହୋଇ ପଡି ରହିଥିବା ଓଭର ବ୍ରିଜର ବଳକା କାମ ସାରିବା ପାଇଁ କାମ ଆରମ୍ଭ କରିଛି । ତେବେ ପ୍ରତିଦିନ ଅଞ୍ଚଳ ବାସୀ ଓ ବାହାର ଅଞ୍ଚଳର ଯାନବାହନ ସେବା ମାର୍ଗ ଦେଇ ଯାତାୟତ କରୁଥିବାରୁ ଦୁଇ ପାର୍ଶ୍ବ ସେବା ମାର୍ଗ କାମ ପୂର୍ଣ୍ଣାଙ୍ଗ ହୋଇ ପାରି ନାହିଁ। ଚକାଡୋଳା ପେଟ୍ରୋଲ ପମ୍ପ ଠାରୁ ୟୁନିୟନ ବ୍ୟାଙ୍କ ଦେଇ ଯାଇଥିବା ସେବା ମାର୍ଗ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଖରାରେ ଧୁଳି ପଥର ଗୁଣ୍ଡ ଆଖିରେ ଓ ନାକରେ ପଶୁଥିବା ବେଳେ ବର୍ଷା ରେ କାଦୁଆ ଓ ଖାଲଖମା ଜନସାଧାରଣ ଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଉଭୟ ପାର୍ଶ୍ବର ବଳକା ସେବା ମାର୍ଗର କାମକୁ ପ୍ରାଥମିକତା ଭିତ୍ତିେର ଶେଷ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
Comments are closed.