www.samajalive.in
Friday, December 5, 2025
20.1 C
Bhubaneswar

ଗୁଣି ଗାରେଡି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୨ଆହତ, ଜଣେ ଗିରଫ

ମୋହନା: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁର ଖ୍ରୀଷ୍ଠିଆନ ସାହିରେ ପୂର୍ବ ଗୁଣି ଗାରେଡି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ଘଟଣାରେ ଜଣେ କଟୁରୀ ଚୋଟରେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତ ଅଗଷ୍ଟ ମାସରେ ଗାଁର ରମ୍ଭା ନାୟକ ଓ କିଶୋର ନାୟକଙ୍କୁ ଗ୍ରାମବସୀ ଗୁଣି ସନ୍ଦେହ କରି ମାଡ଼ ମାରିବା ଘଟଣାରେ ପୁଲିସ ଗାଁର ୧୨ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଆଜି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଅମିତ ନାୟକ ଗାଁର ବାସନ୍ତି ନାୟକ(୫୨) ଓ ବିଜୟ ନାୟକ (୫୬)କୁ ପାଲଟା ଗୁଣି ସନ୍ଦେହରେ ଦୋଷାରୋପ କରି କଟୁରିରେ ଆକ୍ରମଣ କରିଥିଲା । ସୂଚନା ଥାଉ କି ଗୁରୁତର ଆହତ ବିଜୟ କହିବା ପ୍ରକାରେ ସୋମବାର ସକାଳ ପ୍ରାୟ ୯ଟାରେ ବାସନ୍ତି ନିଜ ଘରେ ପ୍ରାର୍ଥନା କରୁଥିବା ବେଳେ ଅମିତ ଘରେ ପଶି ବାସନ୍ତିଙ୍କ ସହ ପାଟିତୁଣ୍ଡ କରିଥିଲା ଓ ମାଡ ମାରିଥିଲା। ଏହାପରେ ବାସନ୍ତି ନିଜ ସ୍ୱାମୀଙ୍କ ପାଖକୁ ଦୌଡି ଯାଇ ଘଟଣା ସମ୍ପର୍କରେ କହିବା ବେଳେ ଅମିତ ସେଠାରେ ପହଞ୍ଚି ରାସ୍ତା ପାର୍ଶ୍ବରେ ବସି ଦାନ୍ତ ଘଷୁଥିବା ବିଜୟଙ୍କୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା। ଯାହାଫଳରେ କଟୁରୀ ବାଜି ବିଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ସ୍ତ୍ରୀ ମଧ୍ୟ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷେ ସୁମିତର ଭାଇ କିଶୋର କହିବା ପ୍ରକାରେ ବିଜୟ କଟୁରୀ ଧରିଥିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ନିଜ କଟୁରୀ ନିଜ ମୁଣ୍ଡରେ ବାଜି ଆଘାତ ଲାଗିଥିବା କହିଛନ୍ତି। ଗତ ଅଗଷ୍ଟ ମାସରେ ଗୁଣି ସନ୍ଦେହରେ ମୋ ମାଆଙ୍କୁ ମାଡ ମାରି ଥିବା କହିଛନ୍ତି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟଙ୍କ ପକ୍ଷରୁ ଥାନାରେ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ପ୍ରକାଶ ଥାଉ କି ଗତ ଅଗଷ୍ଟ ମାସରେ ଗୁଣିକୁ ନେଇ ଖଣି ଗ୍ରାମରେ ମାରପିଟ ସହ ଉତେଜନା ଦେଖାଦେଇଥିଲା। ପୁଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା। ଏଭଳି ଖବର ପାଇ ଗଜପତି ଉପ ଜିଲାପାଳ ଦିଲ୍ଲୀପ କୁମାର ମହାରଣା ଖଣି ଗ୍ରାମରେ ପହଞ୍ଚି ଉଭୟ ସାହିର ଲୋକମାନଙ୍କୁ ଡାକି ଗୁଣି ଗାରେଡି ଭଳି କୁସଂସ୍କାର ପ୍ରଥାକୁ ବିଶ୍ୱାସ ନ କରିବା ଓ ସେଥିରୁ ନିବୃତ ରହିବା ପାଇଁ ସଚେତନ କରାଇଥିଲେ।ସାହିର ଲୋକମାନେ ଗୁଣିକୁ ବିଶ୍ୱାସ କରୁଥିବା ମଧ୍ୟ ଉପଜିଲ୍ଲାପାଳଙ୍କୁ କହିଥିଲେ।ମୋହନା ବ୍ଳକର ଦୁର୍ଗମ ଅଞ୍ଚଳର ଲୋକେ ଏବେବି ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ପ୍ରତ୍ୟେକ ବର୍ଷ ମୁଣ୍ଡ ଗଡୁଛି। ଏଣୁ ଏଭଳି ଅନ୍ଧବିଶ୍ୱାସକୁ ମୁଳ ପୋଛ କରିବାକୁ ହେଲେ ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ଜନସଚେତନତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories