www.samajalive.in
Friday, December 5, 2025
26.1 C
Bhubaneswar

ଚନ୍ଦ୍ରରେ ଏଲିଏନ୍‌ କରିଛନ୍ତି ଘର – ଏପରି ଦାବି କଲେ ଚୀନ୍‌ର ମହାକାଶ ବିଜ୍ଞାନୀ, ଚୀନୀ ମୁନ୍‌ ରୋବର୍‌ ନେଇଛି ଏପରି ରହସ୍ୟମୟୀ ଘରର ଫଟୋ!

ନୂଆଦିଲ୍ଲୀ – ଚନ୍ଦ୍ରରେ ପରଗ୍ରହୀ ବା ଏଲିଏନ୍‌ମାନେ ଘର କରିଛନ୍ତି ବୋଲି ଚୀନ୍‌ର କିଛି ବୈଜ୍ଞାନିକ ଦାବି କରିଛନ୍ତି । ଚନ୍ଦ୍ରକୁ ଚୀନ୍‌ ପକ୍ଷରୁ ପଠାଯାଇଥିବା ମୁନ୍‌ ରୋଭର୍‌ ଏପରି କିଛି ଏଲିଏନ୍‌ଙ୍କ ଘରର ଫଟୋ ଉତ୍ତୋଳନ କରିଥିବା ଦାବି କରାଯାଇଛି । ଚୀନ୍‌ର ମୁନ୍‌ ରୋବର ୟୁତୁ ୨ ଏପରି ଫଟୋ ଉତ୍ତୋଳନ କରି ପଠାଇଛି ।

ଏହି ଫଟୋରେ ଏକ ଗୋଲେଇ ଆକାରର ଝୁ୍ମ୍ପଡି ଘର ପରି ଜିନିଷ ଦେଖାଯାଉଛି । ଓଭର୍‌ ସ୍ପେସ୍‌ ନାମକ ଖବରରେ ଚୀନ୍‌ ପକ୍ଷରୁ ନିଜର ସରକାରୀ ଚ୍ୟାନେଲ୍‌ରେ ଏହି ଖବର ପ୍ରକାଶ କରାଯାଇଛି । ଚନ୍ଦ୍ର ପୃଷ୍ଠରେ ଅଚାନକ ଏପରି ଗୋଲାକର ବସ୍ତୁ ଦେଖାଦେଇଛି ବୋଲି ଚ୍ୟାନେଲ୍‌ ପକ୍ଷରୁ କୁହାଯାଇଛି । ବୈଜ୍ଞାନିକମାନେ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି । ଏଲିଏନ୍‌ମାନଙ୍କର ଯାନ କ୍ରାସ ଲ୍ୟାଣ୍ଡି କରିବା ପରେ ଏପରି ଘର ଆକାରର କିଛି ତିଆରି କରିଥିବା କୁହାଯାଉଛି । ଚୀନ୍‌ର ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରଶାସନ (CNSA)ଏ ବିଷୟରେ ସୂଚନା ଦେଇଛନ୍ତି ।

- Advertisement -

ୟୁତୁ ୨ ରୋବର ଚୀନ୍‌ର ଚାଙ୍ଗ୍‌ ଇ-୪ ପ୍ରୋବର ଅଂଶ । ଚନ୍ଦ୍ର ବିଷୟରେ ଅଧିକ ଗବେଷଣା ପାଇଁ ଚୀନ୍‌ ପକ୍ଷରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହି ଏକ ସଫଳ ବୈଜ୍ଞାନିକ ପ୍ରୟୋଗ ବୋଲି କୁହାଯାଉଛି । ୨୦୧୯ରେ ଚୀନ୍‌ର ଦକ୍ଷିଣ ମେରୁ ଅଞ୍ଚଳରେ ଏହି ରୋବର ଅବତରଣ କରିବା ସହ ସଫଳତାର ସହ କାର୍ଯ୍ୟ କରୁଛି । ଏହି ଏକ ଶକ୍ତିଶାଳୀ ରୋବର ।

ଚୀନ୍‌ର ଲୋକ କଥାରେ ୟୁତୁ ଚନ୍ଦ୍ରର ଦେବୀ ଚାଙ୍ଗ ଇ’ଙ୍କର ଧଳା ପୋଷା ଠେକୁଆ । ଏଥିପାଇଁ ଚନ୍ଦ୍ର ମିଶନ ନା ଚାଙ୍ଗ୍‌ ଏବଂ ରୋବର ନାଁ ୟୁତୁ ରଖାଯାଇଛି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories