www.samajalive.in
Friday, December 5, 2025
20.1 C
Bhubaneswar

ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ବାବା ସାହେବ ଡ. ଆମ୍ବେଦକରଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ବର: ଭୁବନେଶ୍ୱର: କୁସଂସ୍କାର, ଜାତିଭେଦ, ବର୍ଣ୍ଣବୈଷମ୍ୟ, ଭାଷାଗତ ଓ ଆଞ୍ଚଳିକ ବିଭେଦ ଆଦି ପ୍ରଗତି ଓ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଅନ୍ତରାୟ ସୃଷ୍ଟି କରିଥାଏ। ଭାରତ ବର୍ଷରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ବାବା ସାହେବ ଡ.ଆମ୍ବେଦକରଙ୍କ ଅବଦାନ ଅବିସ୍ମରଣୀୟ। ରାଜନୀତି ଓ ସୁଶାସନ ସମ୍ପର୍କରେ ଅଗାଧ ପାଣ୍ଡିତ୍ୟ ଲାଭ କରିଥିବା ବାବାସାହେବ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଭାବରେ ଦୂରଦୃଷ୍ଟି ସମ୍ପନ୍ନ ସାମାଜିକ ନ୍ୟାୟର ବ୍ୟବସ୍ଥା କରିଥିବାରୁ ଯଥାର୍ଥରେ ତାଙ୍କୁ ଦଳିତ ମାନଙ୍କ ତ୍ରାଣକର୍ତ୍ତା ଓ ସାମାଜିକ ନ୍ୟାୟର ଦେବଦୂତ। ବୈଜ୍ଞାନିକ ସିଦ୍ଧାନ୍ତ ଓ ତତ୍ତ୍ବ ଅଧାରିତ ବୌଦ୍ଧ ଧର୍ମର ୩ଟି ବାଣୀ ପ୍ରଜ୍ଞା, ସମତା ଓ କରୁଣାର ପ୍ରଭାବ ହିଁ ଆମ୍ବେଦକରଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥିଲା। ତାଙ୍କର ପ୍ରଦର୍ଶିତ ମାର୍ଗକୁ ଅନୁସରଣ କଲେ ସମାଜରେ ପ୍ରତିଟି କ୍ଷେତ୍ରର ବିକାଶ ହୋଇପାରିବ ବୋଲି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଇନୋଭେସନ ତଥା ଇନକ୍ୟୁବେସନ ସେଣ୍ଟର ଠାରେ ସମ୍ବିଧାନ ପ୍ରଣେତା ତଥା ସ୍ବାଧୀନ ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଦେବଦୂତ ଭାରତରତ୍ନ ଡ.ବାବା ସାହେବ ଭୀମାରାଓ ରାମଜୀ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି।

କାର୍ଯକ୍ରମରେ ପିଜି ପାଉନସିଲ ଅଧ୍ୟକ୍ଷ ପ୍ରଫେସର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବାବା ସାହେବ ଡ.ଆମ୍ବେଦକରଙ୍କ ଲକ୍ଷ୍ୟ ଥିଲା ପ୍ରତିଟି କୁଡ଼ିଆ ଘରେ ଶିକ୍ଷା ରୂପୀ ସମାଜ ସୁଧାରକ ଆୟୁଧ ପହଁଞ୍ଚି ଜାତିବାଦ, ସମ୍ପ୍ରଦାୟ ବାଦ, ଧର୍ମ ଓ ଭାଷା ଭିତ୍ତିକ ବିଭେଦତାକୁ ମୂଳୋତ୍ପାଟନ କରୁ। ସେ ଅଧ୍ୟୟନ କରୁଥିବା ଲଣ୍ଡନ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବା ଭାରତୀୟ ମାନଙ୍କ ପାଇଁ ଗର୍ବର ବିଷୟ। ଓଡ଼ିଶାର ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣରେ ତାଙ୍କ ମହତ୍ତ୍ୱପୂର୍ଣ୍ଣ ସମ୍ପୃକ୍ତିକୁ ଭୂୟସୀ ପ୍ରଶଂସା କରିବା ସହ ଆମ୍ବେଦକରଙ୍କର ଦୂରଦର୍ଶୀ ତଥା ଯୁଗୋପଯୋଗୀ ପଦକ୍ଷେପ ଦ୍ବାରା ବିଖଣ୍ଡିତ ଭାରତ ବର୍ଷ କେଉଁପରି ଭାବେ ଏକତ୍ରିତ ହୋଇ ପାରିଛି ତାହା ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ରମଶେଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଶେଷରେ ଉତ୍କଳ ଏଣ୍ଟରପ୍ରେନରସିପ୍ ଆଣ୍ଡ କ୍ୟାରିୟର ହବର ନିର୍ଦେଶକ ଅବିଦ ଅଲ୍ଲୀ ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories