www.samajalive.in
Monday, December 8, 2025
14.1 C
Bhubaneswar

ବିନା ଯନ୍ତ୍ରୀରେ ଦୁଇବର୍ଷ ହେଲା ଚାଲିଛି ହରଭଙ୍ଗା ଜଳ ଓ ପରିମଳ ଅଫିସ୍

ହରଭଙ୍ଗା : ୫ଟି ନିୟମ କାର୍ଯ୍ୟକାରୀ ହେବାର ଏକବର୍ଷ ପୂର୍ତୀ ହେବାକୁ ଯାଉଛି।ଏହା ପରେ ମଧ୍ୟ  ସରକାରୀ କାର୍ଯ୍ୟାଳୟଗୁଡିକରେ ସରକାରୀ କର୍ମଚାରୀର ମରୁଡି ଯୋଗୁଁ କେବଳ ନାମକୁମାତ୍ର ଅଫିସ ରହିଛି। ଏଭଳି ଘଟଣା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକସ୍ଥିତ ଜଳ ଓ ପରିମଳ କାର୍ଯ୍ୟାଳୟର ଚିତ୍ର ।ଏହାଦ୍ୱାରା ବାସ୍ତବରେ ଜନସାଧାରଣ ଏହି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ପିଈବା ପାଣି ଏବଂ ପରିମଳ ଭଳି ଅତ୍ୟାବଶ୍ୟକ ସେବାରୁ ବଂଚିତ ହେବା ସାଙ୍ଗକୁ ସରକାରଙ୍କ ୫ଟି ନିୟମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକରେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କ ଏକ କାର୍ଯ୍ୟାଳୟ ରହିଛି।ଏହି କାର୍ଯ୍ୟାଳୟରେ ଯନ୍ତ୍ରୀ -୧ ଏବଂ ଯନ୍ତ୍ରୀ -୨ ଭଳି ଦୁଇ ଜଣ ଯନ୍ତ୍ରୀଙ୍କ ପଦବୀ ରହିଛି।ଦୀର୍ଘ ଦୁଇ ବର୍ଷହେଲା ଯନ୍ତ୍ରୀ -୨ଙ୍କ ବଦଳି ପରେ ମଧ୍ୟ  ଅନ୍ୟ ଜଣେ ଯନ୍ତ୍ରୀଙ୍କ ଯୋଗଦାନ ନଦେବାରୁ ଏହି ପଦବୀଟି ଖାଲିରହିଛି।ଏଭଳି ପରିସ୍ଥିତିରେ ଗତ ଅଗଷ୍ଟ୧୦ତାରିଖରେ ଯନ୍ତ୍ରୀ-୧ ବଦଳି ଯୋଗୁଁ ଦୁଇଟି ଯାକ ଯନ୍ତ୍ରୀ ପଦବୀ ଖାଲିପଡିଛି।ଫଳରେ କାର୍ଯ୍ୟାଳୟ ନାମକୁ ମାତ୍ର ରହିଥିବାବେଳେ ଜନସାଧାରଣ ଏହି ବିଭାଗ ପକ୍ଷରୁ ସେବା ପାଇପାରୁନାହାଁନ୍ତି।ଗୋଟିଏ ଯନ୍ତ୍ରୀ ପଦବୀ ୨ବର୍ଷ ହେଲା ଖାଳିପଡିଛି। ଅନ୍ୟପଟେ ଆଉ ଜଣେ ଯନ୍ତ୍ରୀ ବଦଳି ପରେ ବଦଳ ଯନ୍ତ୍ରୀ ଯୋଗଦାନ କରିନଥିଲେ ସୁଦ୍ଧା ବିଭାଗୀୟ ମୁଖ୍ୟ ଯନ୍ତ୍ରୀ -୧ଙ୍କୁ କିପରି ତାଙ୍କୁ ବଦଳି ଅନୁମତି ପ୍ରଦାନ କଲେ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଭାଗୀୟ ମୁଖିଆଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ଉପରେ ୫ଟି ସଚିବ ଏବଂ ଜିଲ୍ଲାର ଜିଲ୍ଲାପାଳ ଜବାବ ତଲବ କରିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଉଠୁଛି।ଅନ୍ୟପଟେ ବିନା ଯନ୍ତ୍ରୀରେ ପିଅନ ଭରସାରେ ବର୍ତମାନ କାର୍ଯ୍ୟାଳୟଟି ଚାଲିଥିବା ଜଣାପଡିଛି।ବାଘ ନଥିଲେ ମୃଗ ନାଟ ଭଳି କାର୍ଯ୍ୟାଳୟରେ ତାସ ଖେଳଠାରୁ ଆରମ୍ଭ କରି ମାଦକ ଦ୍ରବ୍ୟ ସେବନ ଭଳି ବେନିୟମ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି।ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ଉଠୁଛି। ଏ ସର୍ମ୍ପକରେ ବୌଦ୍ଧ ଜଳ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଞ୍ଜକିଶୋର ମନୋହରୀଙ୍କୁ ପଚାରିବାରୁ ସେ କହିଲେ ଦୁଇ ବର୍ଷ ହେଲା ଯନ୍ତ୍ରୀ ୨ ପଦବୀ ଖାଲିପଡିଛି।ଗତ ଅଗଷ୍ଟରୁ ଯନ୍ତ୍ରୀ -୧ ପଦବୀ ଖାଲିପଡିଛି।ବୌଦ୍ଧର ଜଣେ ଯନ୍ତ୍ରୀଙ୍କୁ ହରଭଙ୍ଗା ୧ ଏବଂ ୨ ଯନ୍ତ୍ରୀଙ୍କ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ମାତ୍ର ତାଙ୍କୁ ସମୟ ହେଉନଥିବାରୁ ସେ ଅଫିସରେ ବସି ପାରୁନଥିବା ସ୍ୱୀକାର କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories