www.samajalive.in
Saturday, December 13, 2025
27.1 C
Bhubaneswar

ପୁଣି ବାରହା ଫାସରେ ପଡି ଆଉ ଜଣେ ମୃତ

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ହୋଇ ରହିଥିବା ପୋଡାପଦର ପଞ୍ଚାୟତ ଅଧିନ ଉପର ଟେମରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଯୂକ୍ତ ବାଇଣ୍ଡିଂ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀର ଜୀବନ ଚାଲିଯାଇଛି। ଏହି ଗାଁର କାଞ୍ଚୁ ଜାନୀଙ୍କ ଅବିବାହିତା ଝିଅ ଯମୁନା ୨୭ ତାରିଖ ଦିନ ସକାଳୁ ନିଜ ଭାଉଜ ସାଥିରେ ମିଶି ନିକଟରେ ମାଣ୍ଡିଆ ଚାଷରୁ ଅମଳ କରିବା ପାଇଁ ମାଣ୍ଡିଆ କାଟିବାକୁ ଯାଇଥିଲେ। ଅପରାହ୍ନରେ ସେଠାରୁ ଫେରୁଥିବା ସମୟରେ ବିଛାଯାଇଥିବା ବାଇଣ୍ଡିଂ ତାର ସଂସ୍ପର୍ଶରେ ଆସିଥିଲେ ଏବଂ ସେହିଠାରେ ହିଁ ଛଟପଟ ହୋଇ ତାଙ୍କର ଜୀବନ ଚାଲିଯାଇଥିଲା।

ପଛରେ ଆସୁଥିବା ଭାଉଜ ଏହା ଦେଖି ଡରିଯାଇଥିଲା ଏବଂ ତୁରନ୍ତ ଘରକୁ ଫେରି ଘଟଣା ବିଷୟରେ ଜଣାଇଥିଲା। ପରେ ଅଡ୍ରି ସବ୍ ଷ୍ଟେସନକୁ ଫୋନ୍ ଯୋଗେ ବିଦ୍ୟୁତ ସଂଯୋଗ କାଟିବାକୁ କୁହାଯାଇଥିଲା। ଯେହେତୁ ଜଳବନ୍ଦୀ ଅଞ୍ଚଳ ହୋଇଥିବାରୁ ଥୁଆମୁଳ ରାମପୁର ଥାନାରେ ସେହିଦିନ ଏନେଇ ଅଭିଯୋଗ ଦେଇ ପାରିନଥିଲେ ମୃତକର ପରିବାର ଲୋକେ। ତା ପରଦିନ ୨୮ ତାରିଖ ସଂଧ୍ୟାରେ ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ ଦେଲେ ମୃତ ଯମୁନାର ବାପା କାଞ୍ଚୁ ଜାନୀ। ୨୯ ତାରିଖ ସକାଳୁ ଥୁଆମୁଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛନ୍ତି। ଏଥି ସହିତ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ଏବଂ ପରେ ଶବକୁ ପରିବାଳ ଲୋକଙ୍କୁ ହସ୍ତାନ୍ତର କରିଥିଲେ। କେଉଁ ଦୁର୍ବୃତ୍ତମାନେ ଏଭଳି ବିଦ୍ୟୁତ ସଂଯୋଗ କରି ଜଙ୍ଗଲି ଜନ୍ତୁ ଶିକାର ପାଇଁ ତାର ବିଛାଇଥିଲେ ସେନେଇ ଥୁଆମୁଳ ରାମପୁର ପୋଲିସ କେସ୍ ନଂ ୧୪୬ ଅନୁସାରେ ତାର ତଦନ୍ତ ଚଳାଇଛି। ହେଲେ ପରିତାପର ବିଷୟ ଏୟାଯେ ଥୁଆମୁଳ ରାମପୁର ଭଳି ବଣ ପାହାଡିଆ ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହା ଊପରେ କୌଣସି ଉଚିତ ପଦକ୍ଷେପ ନନେବା ବିଡମ୍ବନାର ବିଷୟ।ଅବାଧ ଭାବରେ ଜନ୍ତୁ ଶିକାର ହେଉଥିବା ଜାଣି ମଧ୍ୟ ବନବିଭାଗର କାର୍ଯ୍ୟ ଦକ୍ଷତାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ସାଧାରଣ ଲୋକେ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories