ନବରଙ୍ଗପୁର: ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଉମରକୋଟ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ ସୁନୀଲ କୁମାର ଦାସ ଆସାମୀ ସମ୍ବାରୁ ଭତ୍ରାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ଥାନା ଅନ୍ତର୍ଗତ ସିଲାଟି ଗ୍ରାମ ନୀବାସୀ ଆସାମୀ ସମ୍ବାରୁ ଭତ୍ରା ୨୦୧୮ ଅଗଷ୍ଟ ମାସ ୧୮ ତାରିଖ ଦିନ ଏକ ଟାଙ୍ଗିଆରେ ଉମରକୋଟ ମୁନିସିପାଲିଟିର ୮ ନମ୍ବର ୱାର୍ଡ ନିବାସୀ କେଦାର ମାଝୀଙ୍କ ସ୍ତ୍ରୀ ସନମତି ମାଝୀଙ୍କୁ ହତ୍ୟା କରିଥିଲା। କେବଳ ସେତିକି ନୁହେଁ, ଏତୋଲକାରୀଙ୍କ ମା’ର ବେକକୁ ଟାଙ୍ଗିଆରେ ଆଘାତ କରିଥିଲେ ହେଁ ସେ ବଞ୍ଚି ଯାଇଥିଲେ। ସ୍ୱାମୀ କେଦାର ମାଝୀଙ୍କ ଏତଲା ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୌରାଜଜ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏତଲାକାରୀ ପକ୍ଷରୁ ସରକାରୀ ଓକିଲ ଝଡ଼େଶ୍ୱରୀ ମହାନ୍ତି ଓ ଆସାମୀ ପକ୍ଷରୁ ଆଇନଜୀବୀ ଅରୁଣ ପଟନାୟକ ମୋକଦମା ପରିଚାଳନା କରୁଥିଲେ।
Popular Categories



