www.samajalive.in
Thursday, December 11, 2025
14.1 C
Bhubaneswar

ଟ୍ରାକ୍‍ ସାଇକ୍ଲିଂର ବିଶ୍ୱବିଜେତା ଏବେ ପାରାଲିସିସ୍‍ରେ

ନୂଆଦିଲ୍ଲୀ: ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଦୁଇ ଥର ଚାମ୍ପିୟନ୍ ଓ ୧୧ଥର ବିଶ୍ୱ ବିଜେତା ହୋଇଥିବା ଜର୍ମାନୀର କ୍ରିଷ୍ଟିନା ଭୋଗେଲ ଏବେ ପାରାଲିସିସ୍ ପୀଡ଼ିତା। ଏହି ଖବର ପ୍ରଚାର ହେବା ପରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି। ଏକ ଦୁର୍ଘଟଣା ପରେ ୨୭ ବର୍ଷୀୟ କ୍ରିଷ୍ଟିନା ପାରାଲିସିସ୍ ର ଶିକାର ହୋଇଥିବା ଜଣାପଡ଼ିଛି।

- Advertisement -

ପ୍ରାୟ ଦୁଇ ମାସ ତଳେ ଏକ ଦୁର୍ଘଟଣାରେ କ୍ରିଷ୍ଟିନାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସେହିଦିନ ଠାରୁ ସେ ଚିକିତ୍ସାଧୀନ ଅଛନ୍ତି। ଚଳିତ ଦିନରେ ସେ ପାରାଲିସିସରେ ପଡ଼ିଥିବାର ଖବର ନିଜେ କ୍ରିଷ୍ଟିନା ଗଣମାଧ୍ୟମକୁ ଜଣାଇଛନ୍ତି।
ସେ ଏକ ସାକ୍ଷାତକାରରେ କହିଛନ୍ତି, “ଏବେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ । ଆଉ ପୂର୍ବଭଳି ଚାଲି ପାରୁନାହିଁ। ମୁଁ ସର୍ବଦା ଫିଟ୍ ରହିବାକୁ ଚାହେଁ। କିନ୍ତୁ ମୋ ଭାଗ୍ୟରେ ବୋଧେ ଏହା ଆଉ ନାହିଁ । ଲାଗୁଛି, ସାରା ଜୀବନ ଏହି ଅବସ୍ଥାରେ ରହିବି।”

 

କ୍ରିଷ୍ଟିନା ଜର୍ମାନ୍ ଟ୍ରାକ୍ ସାଇକ୍ଲିଂ ଟିମ୍ ଇତିହାସର ସବୁଠାରୁ ସଫଳ ଆଥ୍ଲେଟ୍। ସେ ଜୁନ୍ରେ ଏକ ଟ୍ରେନିଂ ସେସନ୍ ବେଳେ ନେଦରଲ୍ୟାଣ୍ଡ୍‍ର ଜଣେ ଯୁବ ସାଇକ୍ଲିଷ୍ଟଙ୍କ ସହ ଧକ୍କା ହେବା ଫଳରେ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ବର୍ଲିନ୍ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅନେକ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ କୌଣସି ସୁଫଳ ମିଳି ନଥିଲା। ଏହି ଦୁର୍ଘଟଣାରେ ତାଙ୍କ ଜୀବନ ବଞ୍ଚି ଯାଇଛି ସତ ହେଲେ ସେ ପାରାଲିସିସ୍ର ଶିକାର ହୋଇଯାଇଛନ୍ତି। ଏହା ପୂର୍ବରୁ ୨୦୦୯ରେ ମଧ୍ୟ ତାଙ୍କର ଏକ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ଦୁଇଦିନ ପର୍ୟ୍ୟନ୍ତ ତାଙ୍କୁ କୋମାରେ ରହିବାକୁ ପଡ଼ିଥିଲା।

Hot this week

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

Related Articles

Popular Categories