www.samajalive.in
Monday, December 8, 2025
27.1 C
Bhubaneswar

ଚୋକସୀଙ୍କ ଭିଡ଼ିଓକୁ ନେଇ ଚର୍ଚ୍ଚା; କହିଲେ ଅଭିଯୋଗ ଭିତ୍ତିହୀନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ତଥା ହୀରା କାରବାରୀ ମେହୁଲ ଚୋକସୀଙ୍କ ଏକ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ବେଶ୍‍ ଚର୍ଚ୍ଚିତ ହୋଇଛି। ଇଡି ଦ୍ୱାରା ଚୋକସୀଙ୍କ ଉପରେ ଲଗାଯାଇ ଥିବା ଅଭିଯୋଗକୁ ଭିଡିଓରେ ଭିତ୍ତିହୀନ ଦର୍ଶାଇ ସେ ଖୁବ୍‍ ଶୀଘ୍ର ଭାରତ ଆସିବାର ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି ଚୋକସୀ। ବେଆଇନ ଭାବେ ତାଙ୍କ ସମ୍ପତ୍ତିଙ୍କୁ ନିଲାମ କରାଯାଉଛି ବୋଲି ଚୋକସୀ ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି।
ନ୍ୟୁଜ ଏଜେନ୍ସି ଏଏନଆଇକୁ ଦିଆଯାଇ ଥିବା ପ୍ରଶ୍ନର ଉତ୍ତରରେ ମେହୁଲ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଦର୍ଶାଇଛନ୍ତି। ଏଣ୍ଟିଗୁଆରୁ ଜାରି ଏହି ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। କାରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରେ ନୀରବ ମୋଦିଙ୍କ ସମେତ ମେହୁଲ ଚୋକସୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଇଡି ଉଲ୍ଲେଖ କରିଥିଲା। ଚୋକସୀଙ୍କ ପାସପୋର୍ଟକୁ ଭାରତ ସରକାର ବାତିଲ କରି ଦେଇଛନ୍ତି ତେଣୁ ବିନା କାରଣରେ ଭାରତକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ଚୋକସୀ ଉତ୍ତରରେ ପ୍ରକାଶ କରିଛନ୍ତି।
୧୩ହଜାର କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ନୀରବ ମୋଦିଙ୍କ ସମେତ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ନୀରବ ଓ ମେହୁଲ ଉଭୟ ଫେରାର ଅଛନ୍ତି। ଇଣ୍ଟରପୋଲ ପକ୍ଷରୁ ନୀରବଙ୍କ ନାମରେ ରେଡ଼ କର୍ଣ୍ଣର ନୋଟିସ ଜାରି କରିଥିବାବେଳେ ମେହୁଲଙ୍କ ବିରୋଧରେ ନୋଟିସ ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଅପରପକ୍ଷରେ ମେହୁଲଙ୍କ ସମ୍ପତ୍ତିକୁ ବାର୍ଯ୍ୟାପ୍ତ କରି ଇଡି ପକ୍ଷରୁ ନୋଟିସ ଲଗା ଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହାଇଦ୍ରାବାଦର ରଙ୍ଗାରେଡ୍ଡି ଜିଲାରେ ୧୭୦ଏକର ପାର୍କକୁ ଇଡି ପକ୍ଷରୁ ଚିହ୍ନଟ କରାଯାଇ ଏହାକୁ ବାର୍ଯ୍ୟାପ୍ତ କରାଯାଇଛି। ସେହିପରି ମୁମ୍ବଇ ବରିବାଳିସ୍ଥିତ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories