ଭାରତରୁ ନିଜ ଦେଶ ଦେଇ ଆଫଗାନିସ୍ତାନକୁ ଗହମ ଚାଲାଣ ନିମନ୍ତେ ସର୍ତ୍ତ ରଖିଲା ପାକିସ୍ତାନ

ଇସଲାମାବାଦ: ଭାରତରୁ ୫୦ ହଜାର ଟନ୍‍ ଗହମ ଆଫଗାନିସ୍ତାନକୁ ମାନବୀୟ ସହାୟତାରେ ଯୋଗାଣ ସକାଶେ ନିଜ ଭୂଖଣ୍ଡ ଦେଇ ତାହା ପରିବହନ କରିବାକୁ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି । ଗହମ ସହିତ ଆଫଗାନିସ୍ତାନକୁ ଔଷଧ ମଧ୍ୟ ଯୋଗାଇ ଦିଆଯିବ । ୱାଗାହ ସୀମାନ୍ତ ଦେଇ ଏହି ସାମଗ୍ରୀ ପରିବହନ କରାଯିବ । ତେବେ ପାକିସ୍ତାନ ପକ୍ଷରୁ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି । ଏକ ସୂତ୍ରରୁ ଜଣାଯାଇଛି ଯେ ଭାରତ ଏହି ସାମଗ୍ରୀଗୁଡିକ ନିଜସ୍ୱ ପରିବହନ ବ୍ୟବସ୍ଥାରେ ପଠାଇବା ଯୋଜନା କରୁଥିବାବେଳେ ପାକିସ୍ତାନ ଏଥିପାଇଁ ଉକ୍ତ ଦେଶର ଟ୍ରକଗୁଡିକୁ ନିୟୋଜିତ କରିବା ଏବଂ ୱାଗାହ ସୀମାନ୍ତରୁ ଗହମ ତଥା ଔଷଧୀୟ ସାମଗ୍ରୀ ପାକିସ୍ତାନି ଟ୍ରକ ଯୋଗେ ପରିବହନ କରାଯିବା ଚାହୁଁଉଛି । ଜଣାଯାଇଛି ଯେ ୱାଗାହ ସୀମାନ୍ତରେ ଭାରତ ଏହି ସାମଗ୍ରୀ ପହଞ୍ଚାଇବା ପରେ ତାହା ଯେଭଳି ଆଫଗାନିସ୍ତାନ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ତାହା ସୁନିଶ୍ଚିତ କରିବାକୁ ୱାଗାହ ସୀମାନ୍ତରେ ତାହାକୁ ଜାତିସଂଘ ସଂସ୍ଥାକୁ ହସାନ୍ତର କରିବା ଯୋଜନା ରଖିଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଚୀ କହିଛନ୍ତି ଯେ ପାକିସ୍ତାନ ପକ୍ଷରୁ ଏଥିପାଇଁ କେତେକ ସର୍ତ୍ତ ରଖାଯିବା ପରେ ଆଫଗାନିସ୍ତାନରେ ମାନବୀୟ ସହାୟତା କିଭଳି ସୁରୁଖୁରୁରେ ପହଞ୍ଚାଯାଇପାରିବ ସେ ସମ୍ପର୍କରେ ଭାରତ ବିଚାର କରୁଛି । ତେବେ ମାନବୀୟ ସହାୟତା ଯୋଗାଣ କ୍ଷେତ୍ରରେ କୌଣସି ସର୍ତ୍ତ ରଖିବା ବିଷୟକୁ ସେ ନାପସନ୍ଦ କରିଛନ୍ତି ।

kalyan agarbati

Comments are closed.