ଓମିକ୍ରନ ପ୍ରକରଣ କ୍ଷେତ୍ରରେ ପ୍ରଭାବୀ ହେବ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା

ମସ୍କୋ: ରୁଷ ନିର୍ମିତ ସ୍ପୁଟନିକ ଭି ଏବଂ ସ୍ପୁଟନିକ ଲାଇଟ ଟିକା କରୋନା ଭୁତାଣୁର ଓମିକ୍ରନର ମୁକାବିଲା କରିବାରେ ପ୍ରଭାବୀ ହୋଇପାରିବ ବୋଲି ଏହା ପ୍ରସ୍ତୁତ କରିଥିବା ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ସୋମବାର ଦିନ ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏବଂ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି ଯେ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା ଓମିକ୍ରନର ମୁକାବିଲା କରିବାକୁ ସମର୍ଥ ହୋଇପାରିବ । କାରଣ ସେଥିରେ ଅନ୍ୟାନ୍ୟ ପ୍ରକରଣର ମୁକାବିଲା କରିବାକୁ ଅଧିକ ସାମର୍ଥ୍ୟ ରହିଛି । ଯଦି ଏହି ଟିକାରେ ଆଉ କୌଣସି ପରିବର୍ତ୍ତନ ଆବଶ୍ୟକ ପଡିବ ନାହିଁ ତେବେ ଏହା ୨୦୨୨ ଫେବ୍ରୁଆରୀ ୨୦ ସୁଦ୍ଧା କୋଟି କୋଟି ସଂଖ୍ୟାରେ ଓମିକ୍ରନ ବୁଷ୍ଟର ଟିକା ଯୋଗାଇଦେବ ବୋଲି ରଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ କିରିଲ ଦିମିତ୍ରିଏଭ କହିଛନ୍ତି । ସେ କହିଛନ୍ତି ଯେ, ଟିକା କ୍ଷେତ୍ରରେ ଅସଙ୍ଗତି କାରଣରୁ ଓମିକ୍ରନ ଏବଂ ଅନ୍ୟାନ୍ୟ ପ୍ରକରଣ ଦେଖିବାକୁ ମିଳୁଛି । ସ୍ପୁଟନିକ ବିବିଧ ପ୍ରକାର ଟିକା ବର୍ଗ ସପକ୍ଷରେ ମତ ଦେଇଆସିଛି ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଏକତ୍ର କାର୍ଯ୍ୟ କରିବାକୁ ମଧ୍ୟ ଏହା କହୁଛି । ସ୍ପୁଟନିକ ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକା କୋଭିଡର ବିଭିନ୍ନ ପ୍ରକରଣର ମୁକାବିଲା କରିବାରେ ସମର୍ଥ ହୋଇପାରିବ ବୋଲି ସେ କହିଛନ୍ତି ।

kalyan agarbati

Comments are closed.