କେଶ ପାଇଁ ଅଲିଭ ଅଏଲ,ଲେମ୍ବୁ ରସ,ଦହି
କେଶ ପାଇଁ ଅଲିଭ ଅଏଲ,ଲେମ୍ବୁ ରସ,ଦହି ଖୁବ ଉପକାରୀ ଅଟେ। ଏଥିରେ ଆଣ୍ଟି ଫଙ୍ଗଲ ଗୁଣ ରହିଛି। ଯାହା ଆମର ରୂପି ସମସ୍ୟାକୁ ଦୂର କରିବା ସହ କେଶର ମୂଳକୁ ମଜଭୂତ କରିଥାଏ। କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ଦେଇଥାଏ।
ଜାଣନ୍ତୁ କେଶ ପାଇଁ କିଭଳି ଦହିର ବ୍ୟବହାର କରିବେ……
ଅଲିଭ ଅଏଲ ଓ ଦହି –
ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ।
ଆବଶ୍ୟକ ସାମଗ୍ରୀ –
୧ ଚାମଚ ଅଲିଭ ଅଏଲ
୧କପ ଦହି
୧ ଚାମଚ ଲେମ୍ବୁ ରସ
୨ କପ ପାଣି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ। ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ।ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।
Comments are closed.