www.samajalive.in
Saturday, December 6, 2025
15.1 C
Bhubaneswar

ଧଳା କେଶ ସହ ଅନେକ ସମସ୍ୟା ଦୂର କରେ କଫି

କେଶ ପାଇଁ ଅନେକ ଉପାୟ ରହିଛି। କେଶ ଧଳା ହେବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ। ଏଥିପାଇଁ ବିିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେଣୁ କେଶ ଧଳା ସମସ୍ୟା ଦୂର ପାଇଁ କଫିକୁ ଭିନ୍ନ ଉପାୟରେ ବ୍ୟବହାର କରିପାରିବେ।
କଫି ଗୁଣ୍ଡରେ ପାଣି ମିଶାଇ ଗାଢା ଲେପ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଲଗାଇ ୨ ଘଣ୍ଟା ରଖନ୍ତୁ। ୨ଘଣ୍ଟା ପରେ କେଶକୁ ସଫା କରି ଦିଅନ୍ତୁ।
ଏକ କପ ପାଣିରେ ୨ ଚାମଚ କଫି ପାଉଡର ମିଶାଇ ଧିମା ଆଞ୍ଚଳରେ କିଛି ସମୟ ପ୍ରସ୍ତୁତ କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛାଣି ଏକ ସ୍ପ୍ରେ ବୋତଲରେ ରଖି ଏହାକୁ ବ୍ୟବହାର କରନ୍ତୁ।
ନଡିଆ ତେଲରେ କଫି ଗୁଣ୍ଡ ମିଶାଇ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। ରାତିଯାକ ଏହାକୁ ଲଗାଇ ରଖନ୍ତୁ। ସକାଳେ କେଶ ସଫା କରି ଦିଅନ୍ତୁ।
କଫିର ତେଲ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ନିଜେ ବ୍ୟବହାର କରୁଥିବା ତେଲ ରଖନ୍ତୁ। ଅଳ୍ପ ପରିମାଣରେ କଫି ପକାଇ କିଛି ସମୟ ଯାଏଁ ଗ୍ୟାସରେ ବସାଇ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଛାଣି ଏହି ତେଲକୁ ନିୟମିତ ବ୍ୟବହାର କରନ୍ତୁ।
କଫିରେ ପାଣି ପକାଇ ଏହାକୁ ପେଷି କେଶରେ ଲଗାନ୍ତୁ। କେଶ ପାଇଁ ଏହା ଖୁବ୍‍ ଉପକାରୀ।
କଫିର ବ୍ୟବହାର ଦ୍ୱାରା କେଶରେ ରୂପି ସମସ୍ୟା ହୋଇନଥାଏ। କେଶ ଝଡିବା ମଧ୍ୟ ରୋକି ଥାଏ।
ସପ୍ତାହକୁ ଥରେ କଫି ମାସ୍କ ବ୍ୟବହାର ଦ୍ୱାରା କେଶ ଖୁବ ଘନ ଓ ଲମ୍ବା ହୋଇଥାଏ। ଏହାକୁ ବ୍ୟବହାର କଲେ କିଛି ଦିନରେ ନିଜେ ଏହାର ଚମତ୍କାର ଅନୁଭବ କରିବେ।
ନିୟମିତ କେଶରେ କଫି ଲଗାଇବା ଦ୍ୱାରା କେଶର ଚମକ ବୃଦ୍ଧି ସହ ରେଶମୀ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories