www.samajalive.in
Saturday, December 6, 2025
16.1 C
Bhubaneswar

କେଶ ପାଇଁ ମହୌଷଧି : ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ

ଶୁଦ୍ଧ ନଡ଼ିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ନିମନ୍ତେ ଖୁବ୍ ଉତ୍ତମ। ସପ୍ତାହରେ ୨ ରୁ ୩ଥର ଏହି ତେଲର ମିଶ୍ରଣକୁ କେଶମୂଳରେ ଲଗାଇଲେ କେଶ ଝଡ଼ା ବନ୍ଦ ହୋଇଥାଏ। ଓଦା କେଶ ନ ଶୁଖିବା ଯାଏଁ କେଶରେ ତଉଲିଆ ଘୋଡ଼ାଇ ରଖନ୍ତୁ। ଏହା ମଧ୍ୟ କେଶ ଝଡ଼ାରୁ ରକ୍ଷା କରେ।

କେଶର ଘନତ୍ବ ବଢ଼ାଇବା ପାଇଁ ଅଣ୍ଡା ସପ୍ତାହକୁ ୨ ଥର ଲଗାଇବା ଉପକାରୀ।

- Advertisement -

ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ।
ଆଳୁର ରସ ସହ ଲେମ୍ବୁର ରସ ମିଶାଇ ଲଗାଇବା ଦ୍ୱାରା କେଶର ରୁକ୍ଷାପଣ ଦୂର ହୋଇଥାଏ।
ଆଳୁ ରସ ସହ ଘିକୁଆଁରୀ ରସ ମିଶାଇ ଲଗାଇଲେ କେଶ ଶୀଘ୍ର ବଢିବା ସହ ଅଧିକ ଘନ ମଧ୍ୟ ହୋଇଥାଏ।
ଆଳୁ ରସକୁ ଲଗାଇବା ଦ୍ୱାରା କେଶରେ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଅଣ୍ଡାର ବ୍ୟବହାର –
କେଶକୁ କୋମଳ କରିବା ପାଇଁ ଅଣ୍ଡା ସବୁଠାରୁ ଲାଭଦାୟକ ଅଟେ। ସପ୍ତାହକୁ ଥରେ କିମ୍ବା ଦୁଇ ଥର ଏହାକୁ ଲଗାଇବା ଆବଶ୍ୟକ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ କେଶକୁ କୋମଳ କରିଥାଏ।
କେଶ ପାଇଁ ନଡ଼ିଆ ପାଣି ଓ କ୍ଷୀର –
ନଡ଼ିଆ ପାଣି, କଞ୍ଚା କ୍ଷୀର ମିଶାଇ ସପ୍ତାହକୁ ଦୁଇ ଥର ଲଗାନ୍ତୁ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହେବା ସହ କେଶର ଚମକ ବଢିଥାଏ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories