www.samajalive.in
Saturday, December 6, 2025
26.1 C
Bhubaneswar

ରୋଷେଇ କରିବାକୁ କହିଲେ ଶାଶୁ ; ରାଗି ଯାଇ ଆତ୍ମହତ୍ୟା କଲେ ବୋହୂ

ଗ୍ୱାଲିଅର : ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲାରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଏହାର କାରଣ ଜାଣିଲେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ଉକ୍ତ ମହିଳା ଜଣଙ୍କୁ ତାଙ୍କ ଶାଶୁ ରୋଷେଇ କରିବାକୁ କହିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଘଟଣା ଜିଲାର ଠାଠୀପୁର ଥାନା ଅଞ୍ଚଳରେ ଏକ କଲୋନୀର । ଏଠାରେ ବାସ କରୁଥିବା ମହିଳା ଜଣକ ନିଜକୁ ଶେଷ କରିବା ପାଇଁ ମୂଷା ମାରିବା ପାଇଁ ଥିବା ଔଷଧ ଖାଇଦେଇଛନ୍ତି । କାରଣ ତାଙ୍କ ଶାଶୁ ମହିଳାଙ୍କୁ ରୋଷେଇ କରିବା ପାଇଁ କହିଥିଲେ । ଏହି ଘଟଣା ଜଣାପଡିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମହିଳାଙ୍କ ଚିିକିତ୍ସା ଜାରି ରହିଛି । ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ମିଳିଛି ।
ସୂଚନାନୁଯାୟୀ, ଠାଠୀପୁର ଥାନା ଅଞ୍ଚଳରେ ଥିବା ଏକ କଲୋନୀରେ ଜଣେ ବ୍ୟକ୍ତି ନିଜ ପରିବାରରେ ପତ୍ନୀ ଓ ମାଆଙ୍କ ସହ ରହୁଥିଲେ । ବ୍ୟକ୍ତି ଜଣକ ଏକ ତେଜରାତି ଦୋକାନରେ କାମ କରନ୍ତି । କୁହାଯାଉଛି ସନ୍ଧ୍ୟା ସମୟରେ ବ୍ୟକ୍ତିଙ୍କ ମାଆ ଘରକୁ ଆସି ରୋଷେଇ ହୋଇନଥିବା ଦେଖିବାକୁ ପାଇଥିଲେ । ଏହାପରେ ବୋହୂକୁ ରୋଷେଇ କରିବାକୁ କହିଥିଲେ । ଘଟଣାକୁ ନେଇ ଶାଶୁ-ବୋହୂଙ୍କ ମଧ୍ୟରେ କଳହ ହୋଇଥିଲା । ବିବାଦ ପରେ ଶୁକ୍ରବାର ସନ୍ଧ୍ୟାରେ ଘରେ ଥିବା ମୂଷା ଔଷଧକୁ ବୋହୂ ପିଇ ଦେଇଥିଲେ । କିଛି ସମୟରେ ମହିଳାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କ ସ୍ୱାମୀ ମେଡିକାଲରେ ଭର୍ତ୍ତି କରିଥିଲେ । ମହିଳାଙ୍କ ସ୍ୱାମୀ କହିଛନ୍ତି, ତାଙ୍କ ପତ୍ନୀ କୁହନ୍ତି ରୋଷେଇ କେବଳ ସେ ନିଜ ସ୍ୱାମୀଙ୍କ ପାଇଁ ପ୍ରସ୍ତୁତ କରିବେ, ତାଙ୍କ ମାଆଙ୍କ ପାଇଁ ନୁହେଁ । ମାଆଙ୍କ ପାଇଁ ଖାଦ୍ୟ ବାହାରୁ କିମ୍ବା ସେ ନିଜେ ପ୍ରସ୍ତୁତ କରି ଖାଆନ୍ତୁ ।

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories