www.samajalive.in
Sunday, December 14, 2025
16.1 C
Bhubaneswar

ପିପିଲି ବାଇପାସ ରାସ୍ତାରେ ଲୁଟେରାଙ୍କ ଆତଙ୍କ: ଗୋଟିଏ ରାତିରେ ୩ ଜଣଙ୍କ ଠାରୁ ଲୁଟିନେଲେ ମୋବାଇଲ, ଚେନ୍‍ ଓ ଟଙ୍କା

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତା ଏବେ ଅସୁରକ୍ଷିତ। ପୁଲିସର ନିଷ୍କ୍ରିୟତା ଯୋଗୁଁ ଏହି ରାସ୍ତାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଶନିବାର ରାତିରେ ୩ଜଣ ବାଇକ ଚାଳକଙ୍କ ଠାରୁ ମୋବାଇଲ ଫୋନ, ଟଙ୍କା ଓ ସୁନାଚେନ ଲୁଟ୍‍ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଶନିବାର ରାତି ସାଢେ ୮ଟାରୁ ୯ଟା ମଧ୍ୟରେ ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ଠାରୁ ତରାକାଜ ଛକ ମଧ୍ୟରେ ୪ଜଣ ଲୁଟେରା ମାରଣାସ୍ତ୍ର ଦେଖାଇ ୩ଜଣ ବାଇକ୍‍ ଚାଳକଙ୍କ ଠାରୁ ସୁନାଚେନ୍‍, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚନ୍ଦନପୁର ଥାନା ଦାମୋଦରପୁର ଗ୍ରାମର ଜୀବନ କୁମାର ସୁବୁଦ୍ଧି ନିଜ ସାଙ୍ଗ ମାନସ ଦେଓଙ୍କୁ ବାଇକ୍‍ ପଛରେ ବସାଇ ଘରକୁ ଫେରୁଥିବା ବେଳେ ରାତି ୯ଟା ସମୟରେ ଲୁଟ୍‍ର ଶିକାର ହୋଇଥିଲେ। ପିପିଲି ବାଇପାସ ରାସ୍ତାର ଉପରୋକ୍ତ ସ୍ଥାନରେ ୪ଜଣ ଲୁଟେରା ବାଇକ୍‍ରେ ଆସି ଜୀବନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭିତ କରାଇବା ସହ ତାଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ ଓ ୭ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସେହିପରି ପୁରୀ ଚାରିନଳା ସାହିର ସନ୍ତୋଷ କୁମାର ବାରିକ ନିଜ ଭାଇଙ୍କୁ ବାଇକ୍‍ ପଛରେ ବସାଇ ପୁରୀ ଫେରୁଥିବା ବେଳେ ଉପରୋକ୍ତ ସ୍ଥାନରେ ରାସ୍ତା କଡରେ ବାଇକ୍‍ ରଖି ମୋବାଇଲରେ କଥା ହେଉଥିବା ବେଳେ ଲୁଟ୍‍ର ଶିକାର ହୋଇଥିଲେ। ୪ଜଣ ଯୁବକ ଅପରପାର୍ଶ୍ବ ରାସ୍ତାରୁ ଚାଲି ଚାଲି ଆସି ତାଙ୍କ ବେକରେ ଛୁରି ଲଗାଇ ତାଙ୍କୁ ଧମକ ଦେବା ସହ ତାଙ୍କ ମୋବାଇଲ୍‍ ଫୋନ୍‍ ଓ ବେକରୁ ସୁନାଚେନ୍‍ ଲୁଟି ନେଇ ଫେରାର ହୋଇଯାଇଥିଲେ।

- Advertisement -

ସେହିପରି ବଳଙ୍ଗା ଥାନା ଅନ୍ତର୍ଗତ ଗଡପଦନପୁର ଗ୍ରାମର ଅବିନାଶ ବରାଳ ବାଇକ୍‍ରେ ଘରକୁ ଫେରୁଥିବା ବେଳେ ୪ଜଣ ଯୁବକ ୨ଟି ବାଇକ୍‍ରେ ପଛରୁ ଆସି ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ମୋବାଇଲ୍‍ ଫୋନ୍‍ ଓ ୫ହଜାର ଟଙ୍କା ଥିବା ମନିପର୍ସକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ବାଇପାସ ରାସ୍ତାର ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଏହି ୩ଟି ଲୁଟ୍‍ ଘଟଣା ଘଟିଥିବା ବେଳେ ଲୁଟେରାମାନେ ପତଳା ଓ ଡେଙ୍ଗା ହୋଇଥିବା ସୂଚନା ମିଳିଛି। ଲୁଟ୍‍ର ଶିକାର ହୋଇଥିବା ବାଇକ୍‍ ଚାଳକମାନେ ଏ ସଂପର୍କରେ ରାତିରେ ପିପିଲି ପୁଲିସରେ ଅଭିଯୋଗ କରିଥିବା ବେଳେ ଲୁଟେର।।ଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ଗତ କିଛିଦିନ ମଧ୍ୟରେ ପିପିଲି ଥାନା ଅଞ୍ଚଳରେ ଏକାଧିକ ଲୁଟ୍‍ ଘଟଣା ଘଟିଥିବା ବେଳେ ପୁଲିସର ନିରବତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସଂନ୍ଧ୍ୟା ପରେ ପିପିଲି ବାଇପାସ ରାସ୍ତା ଓ ଏପରିକି ଜାତୀୟ ରାଜପଥରେ ଯିବାକୁ କେହି ନିରାପଦ ମଣୁନଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories